Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଋଣଭାରରୁ ବର୍ତ୍ତିବାର ଉପାୟ

    Share on :
    Date: Nov 10, 2018    Views: 221

    ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନରେ ଉନ୍ନତି କରିବାକୁ ଇଚ୍ଛା ରହିଥାଏ । ବ୍ୟବସାୟ ହେଉ କି ଚାକିରୀ ହେଉ ଭଲ ରୋଜଗାର କରିବା ସମସ୍ତଙ୍କର ଇଚ୍ଛା ଥାଏ । ବେଳେବେଳେ ଜୀବନରେ ଏପରିସ୍ଥିତି ଆସିଥାଏ ଯେଉଁ ସମୟରେ ଅନ୍ୟ କାହାଠାରୁ ଋଣ ନେବାକୁ ପଡ଼ିଥାଏ । ତେବେ ଋଣଭାରରୁ ବର୍ତ୍ତିବା ପାଇଁ ଘରେ ବାସ୍ତୁଶାସ୍ତ୍ରର କିଛି ଉପାୟ କରିବାକୁ ପଡ଼ିଥାଏ । 
    କ’ଣ ସେ ଉପାୟ:
    ଘରର ଉତ୍ତର ଓ ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ । ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣର ଲଗାଇବା ଅନୁଚିତ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତି ଖରାପ ହୋଇଯାଏ ।

    ଘରର ଉତ୍ତର-ପୂର୍ବ ଦିଗର  ଚଟାଣ ୨ରୁ ୩ଫୁଟ ଚଉଡ଼ା କରିବା ଉଚିତ । ଏହାସହ ଘରର ଉତ୍ତର ଦିଗ ତଳୁଆ ରହିବା ଆବଶ୍ୟକ । ଏପରି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

    ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଦକ୍ଷିଣ- ପଶ୍ଚିମ ଦିଗରେ ପାଣି ଟାଙ୍କି, କୂଅ ଓ ପାଣି କଳ ରଖିବା ଅନୁଚିତ । ଏପରି କରିବା ଦ୍ୱାରା ଘରର ସଦସ୍ୟ ଦରିଦ୍ରତାର ଶିକାର ହୋଇଥାନ୍ତି । ଘରର ପୂର୍ବ ଓ ଉତ୍ତର ଦିଗରେ ଓଜନିଆ ବସ୍ତୁ ରଖିବା ଅନୁଚିତ । ଗୃହ ତିଆରି କରିବା ବେଳେ ସର୍ବଦା ଘରର ଉତ୍ତର ଓ ଦକ୍ଷଇଣ ଦିଗର କାନ୍ଥ ସିଧା କରିବା ଉଚିତ । ଏପରି କରିବା ଦ୍ୱାରା ଧନଲାଭ ହୋଇଥାଏ । 

    ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଶୌଚାଳୟ କରିବା ଉଚିତ ନୁହେଁ । ଏହା ସହ ଋଣ ଆଣିଥିଲେ ପ୍ରଥମେ ମଙ୍ଗଳବାର ଦିନ ସୁଧ ଦେଇଦେବା ଉଚିତ ।

    ଏ ସମସ୍ତ ନିୟମ ମାନିଲେ ଆପଣ ଋଣ ଭାରରୁ ମୁକ୍ତି ପାଇ ପାରିବେ  ।

     

    Maximum 500 characters

    ବିଶେଷ View all

    Find Us on Facebook