Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କି ନିଷ୍ପତି ନେଲେ କ୍ୟାବିନେଟ

    Share on :
    Date: Nov 9, 2018    Views: 1417

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  ।

    ୧. ନଦୀ ପଠାରେ ବନୀକରଣ ପାଇଁ ଖର୍ଚ୍ଚ ହେବ ୪୪୮ କୋଟି : ମହାନଦୀ, ତେଲ ଓ ଇବ ନଦୀ ସହ ଅନ୍ୟ ନଦୀପଠାରେ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ନିଷ୍ପତି ନେଇଛନ୍ତି  । ୨୦୧୮-୧୯ରେ ମହାନଦୀ, ତେଲ ଓ ଇବ୍ ପଠାର ଉଭୟ ପାଶ୍ୱର୍ର ୧ କିଲୋମିଟର ବ୍ୟାପୀ ବୃକ୍ଷରୋପଣ କରାଯିବ  । ପରେ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଓ ସେହି ନଦୀଗୁଡ଼ିକର ଶାଖା ନଦୀର ଉଭୟ ପାଶ୍ୱର୍ରେ ବନୀକରଣ କରାଯିବ  । ୨୦୧୯-୨୦ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ କରାଯିବାକୁ ନିଷ୍ପତି ନିଆଯାଇଛି  । ସେହିପରି ମହାନଦୀ, ତେଲ ଓ ଇବ ନଦୀ ପଠା ବନୀକରଣର ଅସମାପ୍ତ କାର୍ଯ୍ୟ ମଧ୍ୟ ୨୦୧୯-୨୦ରେ ସମ୍ପୂର୍ଣ୍ଣ କରାଯିବ  । ୫ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି  । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ୪୧ ହଜାର ୩ ଶହ ହେକ୍ଟର ଅଚଂଳରେ ବନୀକରଣ କରାଯିବ  । ଏଥିପାଇଁ ୪୪୮ କୋଟି ଟଙ୍କାର ବ୍ୟୟବରାଦ କରାଯିବ  । ୪୧୫ କୋଟି ଟଙ୍କା ବନୀକରଣ ପାଇଁ ରଖାଯାଇଥିବାବେଳେ ୩୩ କୋଟି ଟଙ୍କା ଅନ୍ୟ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯିବ  ।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ୧୨ ଜଣିଆ କମିଟି ଏହି ଯୋଜନାର ଅନୁଧ୍ୟାନ କରିବେ  । ନିୟମିତ ବ୍ୟବଧାନରେ ବ୍ଲକ, ଜିଲ୍ଳା ଓ ରାଜ୍ୟସ୍ତରରେ ଗଠିତ ସବୁଜ ମହାନଦୀ ମିଶନ କମିଟି ଏହାକୁ ଅନୁଧ୍ୟାନ କରିବେ  ।

    ୨. ପୌରାଂଚଳରେ ଲାଗିବ ୨.୩୮ ଲକ୍ଷ ସ୍ମାର୍ଟ ଏଲଇଡ଼ି ଲାଇଟ : ବର୍ତମାନ ଥିବା ପାରମ୍ପରିକ ଲାଇଟକୁ ହଟାଇ ଦିଆଯିବ  । ରାଜ୍ୟର ପ୍ରତି ପୌରାଂଚଳରେ ଲାଗିବ ସ୍ମାର୍ଟ ଏଲଇଡ଼ି ଲାଇଟ  । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ୨୦୧୭ରୁ ଆରମ୍ଭ ହୋଇଛି  । ରାଜ୍ୟର ୪୭ ପୌରପରିଷଦ, ୬୨ ଏନଏସି ଓ ୫ ମହାନଗର ନିଗମରେ ଏହି ଲାଇଟ ଲାଗିବ  । ଏନେଇ ଇଇଏସଏଲ ୧୦୯ ପୌର ପରିଷଦରେ ସର୍ଭେ କରିଥିଲେ  । ପ୍ରଥମେ ୧.୧୧ ଲକ୍ଷ ଷ୍ଟି୍ରଟ ଲାଇଟ ଲାଗିବ ବୋଲି ଆକଳନ କରାଯାଇଥିଲା  । କିନ୍ତୁ ସର୍ଭେ ଅନୁଯାୟୀ, ଏହିସବୁ ପୌର ପରିଷଦରେ ଆଉ ୧.୨୭ ଲକ୍ଷ ଷ୍ଟି୍ରଟ ଲାଇଟ ଲାଗିବାର ଆବଶ୍ୟକତା ରହିଛି  । ତେଣୁ ମୋଟ ଉପରେ ୨.୩୮ ଲକ୍ଷ ଷ୍ଟି୍ରଟ ଲାଇଟ ଲଗାଇବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  ।

    ୩. କଳାହାଣ୍ଡି ମେଡ଼ିକାଲ କଲେଜର ଟେଣ୍ଡର ନେଲା ଟାଟା : କଳାହାଣ୍ଡିର ଭବାନୀପାଟଣା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ  । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଥିଲେ  । ଟେଣ୍ଡର ପ୍ରକ୍ରିୟାରେ ଏନସିସି ଲିମିଟେଡ଼, ଶାପୁରଜି ପାଲୋରଜି ଓ ଟାଟା ପ୍ରୋଜେକ୍ଟସ ଅଂଶଗ୍ରହଣ କରିଥିଲେ  । ତେବେ ଟାଟା ପ୍ରୋଜେକ୍ଟସ ସର୍ବନିମ୍ନ ୨୨୦ କୋଟି ୭୩ ଲକ୍ଷ ୯୮୨୧୮ ଟଙ୍କାର ବିଡ଼ ଦାଖଲ କରିଥିଲା  । ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ସମାପ୍ତ ହେବ  । ଏହି ପ୍ରସ୍ତାବ ମଧ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି  ।

    ୪. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସ୍ନାତକୋତର ଶିଶୁ ସଂସ୍ଥାନଠାରେ କମ୍ପ୍ଲେକ୍ସ ଓ ସ୍ନାତକୋତର ଛାତ୍ରବାସ ନିମନ୍ତେ ଠିକାକୁ ଅନୁମୋଦନ : ଏହି ଠିକା କାର୍ଯ୍ୟ ପାଇଁ ତିନିଜଣ ଠିକାଦାର ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ବ୍ରିଜ ଆଣ୍ଡ ରୁଫ ଓ ସିମ୍ପ୍ଲେକ୍ସ ଇନଫ୍ରାଷ୍ଟ୍ରକଚର ଯୋଗ୍ୟ ବିବେଚିତ ହୋଇଥିଲେ  । ବ୍ରିଜ ଆଣ୍ଡ ରୁଫ ସର୍ବନିମ୍ନ ୧୧୬.୯୨ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲା  । ଏହି କାର୍ଯ୍ୟକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ  । କ୍ୟାବିନେଟ ଏହାକୁ ମଧ୍ୟ ମଂଜୁରୀ ଦେଇଛନ୍ତି  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook