Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସୌମ୍ୟ ଓ ନିରଞ୍ଜନଙ୍କୁ ବଦ୍ରିଙ୍କ ଟାର୍ଗେଟ

    Share on :
    Date: Nov 9, 2018    Views: 1832

    ଭୁବନେଶ୍ୱର : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଟାର୍ଗେଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ  । ପୁଅକୁ ନେଇ ଅଡ଼ୁଆରେ ଛନ୍ଦି ହୋଇଯାଇଥିବା ବଦ୍ରି ଏହି ଦୁଇ ନେତାଙ୍କ ଉପରେ ବର୍ଷିଛନ୍ତି  । ତାଙ୍କୁ ବଦନାମ କରିବା ପାଇଁ ନିରଞ୍ଜନ ଓ ସୌମ୍ୟ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବଦ୍ରି କହିଛନ୍ତି  ।

    ରାମଚନ୍ଦ୍ରପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ବଦ୍ରି କହିଛନ୍ତି ଯେ, ନିରଞ୍ଜନ ଜାଣିଶୁଣି ତାଙ୍କ ପୁଅଙ୍କ ନାମରେ ଏତଲା ଦେବାକୁ ଚାପ ପକାଉଛନ୍ତି  । ବଦ୍ରିଙ୍କ ପୁଅ ନାମ ଯଦି ଏତଲାରେ ନାହିଁ, ତେବେ କି ଏତଲା ବୋଲି ନିରଞ୍ଜନ କହୁଛନ୍ତି  । ତାଙ୍କ ପୁଅଙ୍କ ନାମରେ ମିଛ ଏତଲା ଦିଆଯିବା ପରେ ତାହାର ପ୍ରଚାର ପ୍ରସାର କରିବାର ଦାୟିତ୍ୱ ନେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ  । ଏମିତିକି ନିରଞ୍ଜନ ଓ ସୌମ୍ୟରଂଜନଙ୍କୁ ସେ ମହାପୁରୁଷ ବୋଲି ମଧ୍ୟ କଟାକ୍ଷ କରିଛନ୍ତି  ।

    ଅପରପକ୍ଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ  । ନିରଞ୍ଜନ କହିଛନ୍ତିଯେ, ମହାପୁରୁଷ ହେବାର ଯୋଗ୍ୟତା ମୋର ନାହିଁ  । ମୋତେ ମହାପୁରୁଷ କହୁଥିବାରୁ ବଦ୍ରିଙ୍କୁ ଧନ୍ୟବାଦ  । ବଦ୍ରି ପାତ୍ର ମହାନ  । ଏତେବଡ଼ ମନ୍ତ୍ରୀଙ୍କୁ ମୁଁ କି ଉତ୍ତର ଦେବି ବୋଲି ସେ ପ୍ରଶ୍ନ କରିଛନ୍ତି  । ସେହିପରି ଗତ କୋଡ଼ିଏରୁ ତିରିଶ ବର୍ଷ ଧରି ବଦ୍ରି ପାତ୍ର ଯାହା କରୁଛନ୍ତି ତାହା ଠିକ ତ ? ଏକଥା ସେ ନିଜକୁ ପଚାରନ୍ତୁ ବୋଲି ନିରଞ୍ଜନ କହିଛନ୍ତି  ।  

    ପ୍ରକାଶ ଯେ, ଗତ ସେପ୍ଟେମ୍ବର ୬ ତାରିଖରେ  ଆନନ୍ଦପୁର ପୌର ଉପାଧ୍ୟକ୍ଷଙ୍କୁ ବଦ୍ରିଙ୍କ ବଡ଼ ପୁଅ ଦେବାଶିଷ ତାଙ୍କର କିଛି ସମର୍ଥକଙ୍କ ସହ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ସେପ୍ଟେମ୍ବର ୧୯ ତାରିଖ ଦିନ ଛତିଆ ଟାଙ୍ଗି ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା । ଏବେ ସେ ଜେଲରେ ଅଛନ୍ତି ।
    ସେହିପରି ମନ୍ତ୍ରୀ ବଦ୍ରି ପାତ୍ରଙ୍କ  ସାନ ପୁଅ ଦେବପ୍ରିୟ ପାତ୍ର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ନେଇ ପ୍ରଶାନ୍ତ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

    ଏହି ଘଟଣାକୁ ନେଇ ଶୁକ୍ରବାର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅପରାଧିକ ମାମଲାରେ ଦୁଇ ପୁଅଙ୍କ ସମ୍ପୃକ୍ତି ନେଇ ଲେଖାଶ୍ରୀ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଇସ୍ତଫା ଦାବି କରିଛନ୍ତି ।  ମନ୍ତ୍ରୀ ଶ୍ରୀ ପାତ୍ର ନିଜର ଦୁଇ ପୁଅଙ୍କୁ ଘଣ୍ଟ ଘୋଡ଼ାଉଥିବା ଲେଖାଶ୍ରୀ ଅଭିଯୋଗ କରିବା ସହ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ପାତ୍ର ଇସ୍ତଫା  ଦିଅନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook