Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସହରୀ ମାଓବାଦୀଙ୍କୁ କଂଗ୍ରେସ ସମର୍ଥନ କରୁଛି: ମୋଦି

    Share on :
    Date: Nov 9, 2018    Views: 115

    ଛତିଶଗଡ଼: କଂଗ୍ରେସ ସହରୀ ମାଓବାଦୀଙ୍କୁ ସମର୍ଥନ କରୁଛି । ଆଉ କିଛି ସହରୀ ମାଓବାଦୀଙ୍କ ସମର୍ଥନରେ କଂଗ୍ରେସ ନିର୍ବାଚନ ଲଢୁଛି । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ମୋଦି ଏହି ଅଭିଯୋଗ କରିଛନ୍ତି । ମୋଦି କହିଛନ୍ତି ଯେ, ସହରାଞ୍ଚଳରେ ଏସି ଘରେ ରହୁଥିବା ମାଓବାଦୀଙ୍କ ହାତରେ ରିମୋଟ ରହିଛି ।  ସମ୍ପୃକ୍ତ ସହରାଞ୍ଚଳ ମାଓବାଦୀମାନେ ଗରିବ ଆଦିବାସୀ ଯୁବକଙ୍କ ଜୀବନ ନଷ୍ଟ କରୁଛନ୍ତି ।  ସହରାଞ୍ଚଳର ମାଓବାଦୀମାନେ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ରିମୋଟ କଣ୍ଟ୍ରୋଲରେ ଆଦିବାସୀ ଯୁବକଙ୍କୁ ନିୟନ୍ତ୍ରଣ କରୁଛନ୍ତି । ଏଥିସହ ସହରାଞ୍ଚଳ ମାଓବାଦୀଙ୍କୁ କଂଗ୍ରେସ କାହିଁକି ସମର୍ଥନ କରୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ । 

    ସେହିପରି ମୋଦି ଏହି ନିର୍ବାଚନୀ ସଭାରେ ମାଓବାଦୀଙ୍କ ଗୁଳିରେ ସହିଦ କ୍ୟାମେରାମ୍ୟାନ ଅଚୁ୍ୟତାନନ୍ଦ ସାହୁଙ୍କ କଥା ଉଠାଇ କହିଥିଲେ ଯେ, କ’ଣ ଅପରାଧ କରିଥିଲେ ଯେ, ତାଙ୍କୁ ମାଓବାଦୀମାନେ ଗୁଳି କରି ମାରିଦେଲେ । ଲୋକଙ୍କ ସୁଖଦୁଃଖ ଦେଖାଇବାକୁ କ୍ୟାମେରା ଧରି ଆସିଥିଲେ । ସେହି ନକ୍ସଲଙ୍କୁ କଂଗ୍ରେସ କ୍ରାନ୍ତିକାରୀ କହୁଛି ବୋଲି ମୋଦି କହିଥିଲେ ।  ଏ କଂଗ୍ରେସର କୌଣସି ଭବିଷ୍ୟତ ନାହିଁ, ଲୋକେ ଏହାର ଜବାବ ଦେବେ ବୋଲି ମୋଦି କହିଥିଲେ । 

    ଏହାଛଡ଼ା ମୋଦି କହିଛନ୍ତି ଯେ, ଖାଲି ହାତ ନେଇ ସେ ଛତିଶଗଡ଼ ଆସିନାହାନ୍ତି । ବରଂ ସାଥିରେ ବିକାଶ ଯୋଜନା ନେଇ ଆସିଛନ୍ତି ।  ସମସ୍ତ ଆସନରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେବା ସହ ବାଜପେୟୀଙ୍କ ସ୍ୱପ୍ନ ସାକାର ନହେବା ଯାଏଁ ସେ ବିଶ୍ରାମ ନେବେ ନାହିଁ ବୋଲି କହିଛନ୍ତି । ସେହିପରି ବସ୍ତର ଜିଲ୍ଲାକୁ ନକ୍ସଲମୁକ୍ତଭାବେ ଗଢି ତୋଳିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

     ପ୍ରକାଶ ଯେ, ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ  ପ୍ରଚାର ଲଢେଇ ଜୋରଦାର ହେଉଛି । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଥିବାବେଳେ ଆସନ୍ତା ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ଭିତରେ ପ୍ରଚାର ଲଢେଇ ଜୋରଦାର ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook