Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାରହା ଫାଶରେ ପଡ଼ିଲା ଭାଲୁ, କରାଯିବ ଟ୍ରାଙ୍କୁଲାଇଜ

    Share on :
    Date: Nov 9, 2018    Views: 91

    ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ କାଠଗୋଛି ନିକଟରେ ବାରହା ଧରିବା ଲାଗି ବସା ଯାଇଥିବା ଫାଶରେ ଗୁରୁବାର ରାତିରେ ଏକ ଭାଲୁ ପଡ଼ିଯାଇଛି । ଶୁକ୍ରବାର ସକାଳେ ଧାନକ୍ଷେତକୁ ଆସିଥିବା ଲୋକେ ଭାଲୁଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

    ଏନେଇ ଖବର ପାଇ ମିତ୍ରପୁର ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା, ନୀଳଗିରି ରେଞ୍ଜର ସୁକୁମାର ଦାସ ଏବଂ ଏସିଏଫଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସହ ପ୍ରାୟ ୧୫ ଜଣ ବନ କର୍ମଚାରୀ ଓ ସବୁଜ ବାହିନୀ ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇ ବିଫଳ ହୋଇଛନ୍ତି ।

    ଏବେ ଡିଏଫଓଙ୍କ ନିଦେ୍ର୍ଧଶକ୍ରମେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଜଣ ପଶୁ ଚିକିତ୍ସିକଙ୍କୁ ଡକାଇ ଭାଲୁଟିକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିବାକୁ ଯୋଜନା କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook