Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମାଓବାଦୀ ନୁହେଁ, ଇଟା ଶ୍ରମିକ

    Share on :
    Date: Nov 9, 2018    Views: 185

    ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟ ଗୋଜମୁଣ୍ଡିଆରେ ଧରାପଡ଼ିଥିବା ସନ୍ଦିଗ୍ଧ ଜଣକ ମାଓବାଦୀ ନୁହନ୍ତି । ସେ ଜଣେ ଇଟା ଶ୍ରମିକ । ଦୀର୍ଘ ସମୟ ଧରି ମାରାଥନ ଜେରା ପରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ନୂଆପଡ଼ା ବୋଡେନ ଅଞ୍ଚଳର ସୁରେଶ ପହଁରିଆ । ସେ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ । ସେଠାରେ କିଛି ଦେୟ ଥିବାରୁ ସୁରେଶ ଅନ୍ୟ ୨ ଜଣଙ୍କ ସହ ଖସି ପଳାଇଆସିଥିଲା । ସେଠାରୁ ଆସି ଗୋଜମୁଣ୍ଡିଆ ଜଙ୍ଗଲରେ ୩ ଜଣ ଯାକ ଲୁଚି ରହୁଥିଲେ । ତେବେ ସୁରେଶଙ୍କ ସହ ଥିବା ଆଉ ୨ ଜଣଙ୍କୁ ଖୋଜା ଚାଲିଛି ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । 

    ପ୍ରକାଶ ଯେ,  ଦୀର୍ଘ ଦୁଇ ମାସ ହେଲା ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ଆଲୋଚନା ହୋଇଆସୁଥିବାବେଳେ ଗତକାଲି ସ୍ଥାନୀୟ ଲୋକେ ଜଣେ ସନ୍ଦିଗ୍ଧଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । ସମ୍ପୃକ୍ତ ସନ୍ଦିଗ୍ଧ ଜଣକ ମାଓବାଦୀମାନଙ୍କ ପାଇଁ ବିଭିନ୍ନ ତେଜରାତି ସାମଗ୍ରୀ ଯୋଗାଇବା ସହ ରୋଷେଇ କରୁଥିଲା ବୋଲି ପୁଲିସକୁ କହିଥିଲା । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହୋଇଚଇ ସୃଷ୍ଟି ହୋଇଯାଇଥିଲା । ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

    ଏହାକୁ ନେଇ ଗୋଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏସଓଜି ଓ ପୁଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରୁ ରୋଷେଇ ସାମଗ୍ରୀ ମିଳିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook