Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଗୋଜମୁଣ୍ଡିଆ ପାହାଡ଼ରେ ସର୍ଚ୍ଚ ଅପରେସନ

    Share on :
    Date: Nov 9, 2018    Views: 95

    ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟ ଗୋଜମୁଣ୍ଡିଆରେ ଜଣେ ମାଓ ସହଯୋଗୀ ଧରାପଡ଼ିବା ପରେ ଗୋଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଛି ।  ଗତକାଲି ବିଳମ୍ବିତ ରାତିରେ ଏସଓଜି ଓ ପୁଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଛି ।  ଏହି ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରୁ ରୋଷେଇ ସାମଗ୍ରୀ ମିଳିଥିବା ସୂଚନା ମିଳିଛି । 

    ପ୍ରକାଶ ଯେ,  ଦୀର୍ଘ ଦୁଇ ମାସ ହେଲା ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ଆଲୋଚନା ହୋଇଆସୁଥିବାବେଳେ ଗତକାଲି ସ୍ଥାନୀୟ ଲୋକେ ଜଣେ ମାଓ ସହଯୋଗୀଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । ସମ୍ପୃକ୍ତ ମାଓ ସହଯୋଗୀ ଜଣକ ମାଓବାଦୀମାନଙ୍କ ପାଇଁ ବିଭିନ୍ନ ତେଜରାତି ସାମଗ୍ରୀ ଯୋଗାଇବା ସହ ରୋଷେଇ କରୁଥିଲା ବୋଲି ପୁଲିସକୁ କହିଛି ।

    ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହୋଇଚଇ ସୃଷ୍ଟି ହୋଇଯାଇଛି । ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ପୁଲିସ କିନ୍ତୁ କହିଛି ଯେ, ସମ୍ପୃକ୍ତ ଯୁବକଙ୍କ ବୟାନରୁ ଜଣାପଡ଼ୁଛି ଯେ, ତାର ମାନସିକ ସ୍ଥିତି ଠିକ ନାହିଁ । ତ ସତ୍ତ୍ୱେ ତାକୁ ଅଟକ ରଖି ପଚରାଉଚୁରା ଜାରି ରହିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook