Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ସୁନ୍ଦରୀ’କୁ ନନ୍ଦନକାନନରେ ରଖାଯାଇପାରିବ ନାହିଁ’

    Share on :
    Date: Nov 8, 2018    Views: 923

    ଭୁବନେଶ୍ୱର: ଦୀର୍ଘ ଦିନର ଲୁଚକାଳି ପରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରି  ବନ ବିଭାଗ ଶାନ୍ତିରେ ନିଶ୍ୱାସ ମାରିଥିଲା । କିନ୍ତୁ ଏବେ ବାଘୁଣୀ  ‘ସୁନ୍ଦରୀ’କୁ ନେଇ ଆଉ ଏକ ଅଡ଼ୁଆ ସୃଷ୍ଟି ହୋଇଛି । ‘ସୁନ୍ଦରୀ’ ଧରାପଡ଼ିବା ପରେ ତାକୁ ନନ୍ଦନକାନନରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇସରିଛି । ତେବେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି ବା କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ।

    ‘ସୁନ୍ଦରୀ’କୁ ନନ୍ଦନକାନନରେ ରଖାଯିବାକୁ ଅଥରିଟି ବାରଣ କରିଥିବା ଜଣାଯାଇଛି । ‘ସୁନ୍ଦରୀ’କୁ ନନ୍ଦନକାନନରେ ରଖାଯିବା ନ୍ୟାସନାଲ ଜୁ ପଲିସି ବା ଜାତୀୟ ଚିଡ଼ିଆଖାନା ନୀତିକୁ ବିରୁଦ୍ଧାଚରଣ କରୁଥିବା କହି ସେଣ୍ଟ୍ରାଲ ଜୁ ଅଥରିଟି ଏହାକୁ ବାରଣ କରିଛନ୍ତି । ଏନେଇ ସେଣ୍ଟ୍ରାଲ ଜୁ ଅଥରିଟି ପିସିସିଏଫଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।

    ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ଚିଡ଼ିଆଖାନାରେ ରଖାଯାଇପାରିବନି । କେବଳ ବଂଶ ବୃଦ୍ଧି ପାଇଁ ଚିଡ଼ିଆଖାନାରେ ରଖାଯିବାର ନିୟମ ରହିଛ ବୋଲି ସେଣ୍ଟ୍ରାଲ ଜୁ ଅଥରିଟି କହିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସୁନ୍ଦରୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସେଣ୍ଟ୍ରାଲ ଜୁ ଅଥରିଟି ପିସିସିଏଫଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook