Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାରଣ ସତ୍ୱେ ଯଶୋଦାକୁ ଖୁଆଉଥିଲେ ସୁଦୁର: ଡିଏଫଓ

    Share on :
    Date: Nov 8, 2018    Views: 2537

    ଭୁବନେଶ୍ୱର: ବାଘୁଣୀ ‘ସୁନ୍ଦରୀ’ ଅପରେସନ ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା କୁମକୀ ହାତୀ ‘ଯଶୋଦା’ ଜଣଙ୍କୁ ମାରିଦେବା ଘଟଣାରେ ଅନୁଗୁଳ ଡିଏଫଓ ସବିଶେଷ ତଥ୍ୟ ଦେଇଛନ୍ତି ।  ପ୍ରଥମେ ‘ଯଶୋଦା’ ସହଯୋଗୀ ମାହୁନ୍ତଙ୍କୁ କଚାଡ଼ି ମାରିଥିବା କୁହାଯାଇଥିବାବେଳେ ପ୍ରକୃତରେ ମୃତକ ଜଣକ ମାହୁନ୍ତ ନଥିଲେ ବୋଲି ଡିଏଫଓ ସ୍ପଷ୍ଟ କରିଛନ୍ତି । ମୃତକ ଜଣକ ହେଉଛନ୍ତି ମାଟିଆସାହିର ସୁଦୁର ପ୍ରଧାନ । 

    ଡିଏଫଓଙ୍କ ସୂଚନା ଅନୁଯାୟୀ, ଯଶୋଦା ରେଞ୍ଜ ଅଫିସ ନିକଟରେ ବନ୍ଧା ହୋଇ ରହିଥିବାବେଳେ ସୁଦୁର ପ୍ରଧାନ ତାକୁ ଖାଇବାକୁ ଏକ କଦଳୀ ଗଛ ଦେଉଥିଲେ । ଯଶୋଦା ପାଖକୁ ଯିବା ପାଇଁ ବାରଣ ଥିଲେ ମଧ୍ୟ ସୁଦୁର ତାକୁ କଦଳୀ ଗଛ ଦେଇଥିଲେ । ଯଶୋଦାର ଅତି ପାଖକୁ ଯାଇ କଦଳୀ ଗଛ ଦେଉଥିବାବେଳେ ଯଶୋଦା ଗଛ ସହ ସୁଦୁରକୁ ଭିଡ଼ି ନେଇ କଚାଡ଼ି ଦେଇଥିଲା । 

    ତେବେ ଏହି ଘଟଣା ପରେ ସୁଦୁରଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦେବା ପାଇଁ ମଞ୍ଜୁର ହୋଇଥିବା ଡିଏଫ ଓ ସୂଚନା ଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook