Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହିଳା ପୁଲିସ ଏଏସଆଇଙ୍କୁ ବିଜେପି କର୍ମୀଙ୍କ ମାଡ

    Share on :
    Date: Nov 8, 2018    Views: 575

    ବଡ଼ମ୍ବା : ବିକ୍ଷୋଭ ବେଳେ ଜଣେ ମହିଳା ପୁଲିସ ଅଫିସରଙ୍କୁ ବିଜେପି କର୍ମୀମାନେ ମାଡ଼ ଚାପୁଡ଼ା ମାରିଛନ୍ତି । ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ଭିତରକୁ ବିଜେପି କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ  । ତେବେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା  । ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା  । ଘଟଣାସ୍ଥଳରେ ଚାପା ଉତେଜନା ମଧ୍ୟ ସୃଷ୍ଟି ହୋଇଥିଲା  । ବ୍ୟାରିକେଡ଼ ଭାଙ୍ଗି କେତେକ ମହିଳା ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ  । ତେବେ ସେଠାରେ ଉପସ୍ଥିତ ମହିଳା ପୁଲିସ ତାଙ୍କୁ ଅଟକାଇଥିଲେ  । ଏଥିରେ ଉତକ୍ଷିପ୍ତ ହୋଇ ବିଜେପିର ମହିଳା କର୍ମୀ ମହିଳା ଏଏସଆଇଙ୍କୁ ମାଡ଼ ମାରିଥିଲେ  । ପୁଲିସକୁ ସେ ଚାପୁଡ଼ା ମାରୁଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook