Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କୋଟିପତି ପ୍ରାର୍ଥୀଙ୍କ ଉପରେ ବିଜେପି ଓ କଂଗ୍ରେସର ଫୋକସ

    Share on :
    Date: Nov 8, 2018    Views: 889

    ଭୋପାଳ : ରାଜନୀତିକ ଦଳଗୁଡ଼ିକ ଗରିବୀ ହଟାଅ ସ୍ଲୋଗାନ ଦେଉଥିବାବେଳେ ପ୍ରାର୍ଥୀ ଚୟନର ମାପଦଣ୍ଡ କିନ୍ତୁ ଅଲଗା ରହିଛି  । ଧନୀ ପ୍ରାର୍ଥୀଙ୍କ ଉପରେ ରାଜନୈତିକ ଦଳ ଫୋକସ କରୁଥିବା ଦେଖିବାକୁ ମିଳିଛି  । ମଧ୍ୟପ୍ରଦେଶ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପିର ୭୦%ରୁ ଉଦ୍ଧ୍ୱର୍ ପ୍ରାର୍ଥୀ କୋଟିପତି ଥିବା ଜାଣିବାକୁ ମିଳିଛି  । ବିଜେପି ପ୍ରାର୍ଥୀ ସଂଜୟ ପାଠକଙ୍କର ସର୍ବାଧିକ ୧୪୧ କୋଟି ଟଙ୍କା ସମ୍ପତି ରହିଥିବା ଅନୁଶୀଳନରୁ ଜଣାପଡ଼ିଛି  ।

    ଇତିମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୯୨ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବାବେଳେ କଂଗ୍ରେସ ୧୮୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି  । ଏଡ଼ିଆର ଓ ମଧ୍ୟପ୍ରଦେଶ ଇଲେକ୍ସନ ୱାଚ ପକ୍ଷରୁ ବିଜେପିର ୧୭୭ ଓ କଂଗ୍ରେସର ୧୭୧ ପ୍ରାର୍ଥୀଙ୍କ ସମ୍ପତି ତାଲିକାକୁ ଅନୁଶୀଳନ କରାଯାଇଛି  । ଏଥିମଧ୍ୟରୁ ବିଜେପି ୭୧% ଓ କଂଗ୍ରେସର ୭୨% ପ୍ରାର୍ଥୀ କୋଟିପତି ଥିବା ଜଣାପଡ଼ିଛି  । ବିଜେପିର ୧୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ପୂର୍ବ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିଥିଲେ  । ସେମାନଙ୍କ ମଧ୍ୟରେ ୯୬ ଜଣ ବିଧାୟକ ମଧ୍ୟ ରହିଛନ୍ତି  । ସେହିପରି କଂଗ୍ରେସର ୧୭୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୧୩ରେ ୯୯ ଜଣ ଲଢ଼ିଥିବାବେଳେ ୫୦ ଜଣ ବିଧାୟକ ଅଛନ୍ତି  । ଦ୍ୱିତୀୟ ଥର ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ହାରହାରି ସମ୍ପତି ପ୍ରାୟ ୫ କୋଟି ରହିଛି ବୋଲି ଆକଳନ କରାଯାଇଛି  ।

    ଏଯାବତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ୮୯ ଜଣ କୋଟିପତି ହୋଇଥିବାବେଳେ ସଞ୍ଜୟ ପାଠକ ସବୁଠୁ ଧନୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି  । ତାଙ୍କର ସମ୍ପତି ମୂଲ୍ୟ ୧୪୧ କୋଟି ଟଙ୍କା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପିର ଚେତନ କଶ୍ୟପ  । ତାଙ୍କର ସମ୍ପତି ମୂଲ୍ୟ ୧୨୦ କୋଟି ରହିଛି  । କଂଗ୍ରେସର ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ସଂଜୟ ଶର୍ମା  । ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ  । 

    Maximum 500 characters

    ରାଜନୀତି View all

    Find Us on Facebook