Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଣଙ୍କୁ କଚାଡ଼ି ମାରିଲା ଯଶୋଦା

    Share on :
    Date: Nov 8, 2018    Views: 4389

    ଅନୁଗୁଳ: ‘ସୁନ୍ଦରୀ’ ମିଶନ ସଫଳ ହେବା ପରେ ଗୁରୁବାର ଘଟିଛି ଏକ ଅଘଟଣ । ବାଘୁଣୀ ‘ସୁନ୍ଦରୀ’ ଅପରେସନ ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା କୁମକୀ ହାତୀ ‘ଯଶୋଦା’ ଜଣଙ୍କୁ ମାରିଦେଇଛି । ପୁରୁଣାକୋଟ ରେଞ୍ଜ ପରିସରରେ ‘ଯଶୋଦା’ ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଛି । ଆଜି ପ୍ରାୟ ୧୨ଟା ବେଳେ ଖାଇବାକୁ ଦେବା ବେଳେ ‘ଯଶୋଦା’ ସୁଦୁରଙ୍କୁ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଦୁରଙ୍କ ମୃତୁ୍ୟ ଘଟିଥିଲା ।

    ପ୍ରକାଶ ଯେ, ସାତକୋଶିଆରେ ଉପôାତ ଚଳାଇଥିବା ବାଘୁଣୀ ‘ସୁନ୍ଦରୀ’ଙ୍କୁ ଟ୍ରାଙ୍କୁଲାଇଜ କରିବା ପାଇଁ ବିଶେଷଜ୍ଞ ଟିମ ବିଫଳ ହେବା ପରେ ଶେଷରେ ଯଶୋଦାର ସହାୟତା ନିଆଯାଇଥିଲା । ଯଶୋଦା ପିଠି ଉପରେ ବସି  ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଯଶୋଦାକୁ ଚନ୍ଦକାରୁ ସାତକୋଶିଆ ନିଆଯାଇଥିଲା ।

    ତେବେ ସୁନ୍ଦରୀ ମିଶନ ସଫଳ ହେବା ପରେ  ‘ଯଶୋଦା’ ଗୁରୁବାର ଅଘଟଣ ଘଟାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook