Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୀପାବଳି ପରେ ଦିଲ୍ଲୀ ଅବସ୍ଥା ବେହାଲ

    Share on :
    Date: Nov 8, 2018    Views: 125

    ନୂଆଦିଲ୍ଲୀ: ଦିଲ୍ଲୀ ବାୟୁମଣ୍ଡଳ ଦୀପାବଳି ପରେ ଆହୁରି ପ୍ରଦୂଷିତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ବାଣ ଫୁଟାଇବା ସମ୍ପର୍କିତ ନିଦେ୍ର୍ଧଶ ଉଲ୍ଲଂଘନ କରି ଦିଲ୍ଲୀବାସୀ ତାହାର ଫଳ ଭୋଗୁଛନ୍ତି ।

    ସମଗ୍ର ସହର ଓ ଏହାର ଆଖପାଖ ଅଞ୍ଚଳ ଧୂଆଁରେ ଛାଇ ଯାଇଛି । ଦିଲ୍ଲୀର ହାରାହାରି ବାୟୂ ପ୍ରଦୂଷଣ ସୂଚକାଙ୍କ ଗୁରୁବାର ସକାଳ ୬ଟାରେ ୮୦୫ରେ ଥିଲା । କେତେକ ସ୍ଥାନରେ ସୂଚକାଙ୍କ ୯୯୯ରେ ପହଞ୍ଚିଥିଲା । ଆନନ୍ଦ ବିହାର, ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମର ପିଏମ ୨ ସ୍ତର ୯୯୯ରେ ପହଞ୍ଚିଥିବାବେଳେ ଚାଣକ୍ୟପୁରୀରେ କେବଳ ଏହି ସୂଚନାଙ୍କ ୪୫୯ ରହିଛି । ବୁଧବାର ସକାଳେ ହାରାହାରି ୨୮୬ ଥିବାବେଳେ  ସମୟ ବଢିବା ସହିତ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଥିଲା । 

    ମୟୂର ବିହାର ଏକ୍ସଟେନସନ, ଲାଜପତ ନଗର, ଏଲ ଦିଲ୍ଲୀ, ଆଇପି ଏକ୍ସଟେନସନ, ଦ୍ୱାରକା, ନୋଇଡା ସେକ୍ଟର ୭୮ ଆଦିରେ  ସୁପ୍ରିମକୋର୍ଟଙ୍କ ବାଣ ଫୁଟାଇବା ସମ୍ପର୍କିତ ନିଦେ୍ର୍ଧଶ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ସେହିସବୁ ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଉଲ୍ଲଂଘନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook