Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଙ୍ଗକୁ ହାଣିଲା ସାଙ୍ଗ

    Share on :
    Date: Nov 8, 2018    Views: 99

    ଅନୁଗୁଳ:  ଦୀପାବଳିରେ ହେଉଥିଲା ଭୋଜି । ହଠାତ କୌଣସି କାରଣରୁ ହେଲା ପାଟିତୁଣ୍ଡ । ଆଉ ଏଥିରେ ରାଗରେ ପଞ୍ଚମ ହୋଇ ଜଣେ ସାଙ୍ଗ ତାର ଅନ୍ୟ ଜଣେ ସାଙ୍ଗକୁ ହାଣି ହତ୍ୟା କଲା । ଏଭଳି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜେରଙ୍ଗ ଦେହୁରି ସାହିରେ ଘଟିଛି ।

    ଉକ୍ତ ସାହିର କେଶବ ସାହୁଙ୍କ ପୁଅ ଲିପୁ ସାହୁ(୧୮) ଗତକାଲି ସନ୍ଧ୍ୟାରେ ତାଙ୍କ ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ଭୋଜି କରୁଥିଲେ । ତେବେ ଭୋଜିରେ କୌଣସି କାରଣରୁ ଲିପୁଙ୍କର ଶ୍ରୀକାନ୍ତ ବେହେରାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ଏକ କଟୁରୀରେ ଲିପୁଙ୍କୁ ୩ ଚୋଟ ପକାଇଥିଲେ । ଫଳରେ ଲିପୁ ସେଠାରେ ସଜ୍ଞାହୀନ ହୋଇପଡ଼ିଥିଲେ ।

    ପରେ ପରିବାର ଲୋକ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବାବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ଅଭିଯୁକ୍ତ ଶ୍ରୀକାନ୍ତ ଜରପଡ଼ା ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook