Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବର୍ବରତା: ନାବାଳିକା ମୁହଁରେ ବମ ରଖି ନିଆଁ ଲଗାଇଦେଲା ଯୁବକ

    Share on :
    Date: Nov 8, 2018    Views: 133

    ମିରଟ: ମଣିଷ ତଳକୁ ଖସି କେତେ ବର୍ବର କାଣ୍ଡ ଭିଆଇ ପାରେ ତାହାର ଏକ  ନିକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିଟର ସହରରେ । ଜଣେ ତିନି ବର୍ଷର ଝିଅ ପାଟିରେ ସୁତୁଲି ବମ ପୁରାଇ ଜଣେ ଯୁବକ ନିଆଁ ଲଗାଇଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।

    ନିଆଁ ଲଗାଇ ଯୁବକ ଜଣ କ ଫେରାର ହୋଇଯାଇଥିବା ବେଳେ ବମ ଫାଟି ଶିଶୁର ଅବସ୍ଥା ଗୁରୁତର ରହିଛି । ତାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁର ପାଟିରେ ପ୍ରାୟ ୫୦ଟି ଷ୍ଟିଚ ପଡ଼ିଛି । ଶିଶୁର ବାପାଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ଶିଶୁଟି ଘର ବାହାରେ ଖେଳୁଥିବାବେଳେ ହରପାଲ ନାମକ ଜଣେ ଯୁବକ ତା ପାଟିରେ ଜୋରଜବରଦସ୍ତ ଏକ  ସୁତୁଲି ବୋମା ଭର୍ତ୍ତି କରି ନିଆଁ ଲଗାଇ ଦେଇଥିଲା ।

    ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook