Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା

    Share on :
    Date: Nov 8, 2018    Views: 389

    ଭୁବନେଶ୍ୱର : ଜନୈକ ଯୁବକଙ୍କ ପାଇଁ ପରକୀୟା ପ୍ରୀତି ମହଙ୍ଗା ପଡ଼ିଛି  । ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଯୁବକଙ୍କ ଗୁପ୍ତାଙ୍ଗ କାଟି ଦିଆଯିବା ଭଳି ଅଭାବନୀୟ କାଣ୍ଡ ଘଟିଛି  । ମିଳିଥିବା ସୂଚନାନୁଯାୟୀ, ପଣ୍ଡାପଡ଼ା ଥାନା ଝାରବେଡ଼ା ଗାଁର ରାଜେନ୍ଦ୍ରଙ୍କର ବଡ଼ ନୂଆଗାଁର ଜନୈକା ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା  । କୌଶଳ କ୍ରମେ ରାଜେନ୍ଦ୍ରଙ୍କୁ ସଂପୃକ୍ତା ମହିଳା ତାଙ୍କ ଶାଶୁଘରକୁ ଡକାଇଥିଲେ  । ଗତକାଲି ଚେନ୍ନାଇରୁ ଫେରି ରାଜେନ୍ଦ୍ର ସେହି ମହିଳାଙ୍କ ଘରକୁ ଯାଇଥିଲେ  । ମହିଳା ଜଣଙ୍କ ତାଙ୍କୁ ଖାଇବାକୁ ଦେବା ସହ ମଦ୍ୟପାନ ବି କରାଇଥିଲେ  । ପ୍ରେମରେ ଭଳିଥିବା ରାଜେନ୍ଦ୍ର ପ୍ରଚୁର ମଦ୍ୟପାନ ବି କରିଥିଲେ  । ଫଳରେ ମହିଳାଙ୍କ ମୁଣ୍ଡରେ କି ଚାଲ ଖେଳୁଛି ତାହା ସେ ଠଉରାଇପାରିନଥିଲେ  । ମଦ ପିଇ ସେ ଶୋଇଯିବା ପରେ ମହିଳା ଜଣଙ୍କ ଏକ ବ୍ଲେଡ଼ରେ ତାଙ୍କ ଯୌନାଙ୍ଗ କାଟିଦେଇଥିଲେ  । ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ  । ପରେ ଗୁରୁତର ଆହତ ଅବସ୍ଥାରେ ରାଜେନ୍ଦ୍ରଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook