Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ ଦଳରେ ମିଶିବା ପାଇଁ ବୈଜୟନ୍ତ ଆଗ୍ରହୀ : ଦାମ ରାଉତ

    Share on :
    Date: Nov 7, 2018    Views: 3600

    ଭୁବନେଶ୍ୱର : “ନୂତନ ଆଂଚଳିକ ଦଳ ଗଠନ ପାଇଁ ବୈଜୟନ୍ତ ପଣ୍ଡା ଆଗ୍ରହୀ ଅଛନ୍ତି  । ଖୁବଶୀଘ୍ର ନୂଆ ଦଳ ଗଢ଼ା ହେବ  ।” ମାସକ ତଳେ ଡାକ୍ତର ଦାମୋଦର ରାଉତ ଏଭଳି ଟିପ୍ପଣୀ ଦେଇଥିଲେ  । ତେବେ ଦିନ କେଇଟା ପରେ ବୈଜୟନ୍ତ ଏହାକୁ ପରୋକ୍ଷରେ ଖଣ୍ଡନ କରିଥିଲେ  । ସିଧାସିଧା କହିଥିଲେ, ମୋର ପରବର୍ତୀ ରାଜନୀତିକ ନିଷ୍ପତି କ’ଣ ହେବ ତାହା ଅନ୍ୟ କାହା ମୁହଁରେ ନୁହେଁ, ମୁଁ ନିଜେ କହିବି  । ହେଲେ ଆଜି ଡାକ୍ତର ରାଉତ ପୁଣି ବୈଜୟନ୍ତଙ୍କ ରାଜନୀତିକ ଦିଗକୁ ନେଇ ସଂକେତ ଦେଇଛନ୍ତି  । ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ଆମେ ଆଗ୍ରହୀ  । ସେ ବି ଆମ ଦଳରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି  । ତେବେ ପୂର୍ବଭଳି ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ବୈଜୟନ୍ତ ଖଣ୍ଡନ କରୁଛନ୍ତି ନା ଦାମଙ୍କ ମନ୍ତବ୍ୟର ସତ୍ୟତା ରହିଛି ବୋଧହୁଏ ଖୁବଶୀଘ୍ର ବୈଜୟନ୍ତ ତାହା ସ୍ପଷ୍ଟ କରିବେ ବୋଲି ଆଶା କରାଯାଇପାରେ  ।

    ଏହି ପରିପ୍ରେକ୍ଷୀରେ ଦାମ କହିଛନ୍ତିଯେ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନ ବିରୋଧରେ ନୂତନ ଦଳ ଗଢ଼ା ହେବ  । ଆସନ୍ତା ୯ ଓ ୧୦ରେ ଏନେଇ ବୈଠକରେ ଆଲୋଚନା ହେବ  । ୧୧ ଓ ୧୨ରେ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ  । ବିଜୁଙ୍କ ଆଦର୍ଶ ପରିପନ୍ଥୀ କାର୍ଯ୍ୟକୁ ପ୍ରତିହତ କରିବା ହେବ ନୂଆ ଦଳର ଲକ୍ଷ୍ୟ  । ବିଜୁଙ୍କ ନାମରେ ଦଳ ଗଠନ ପାଇଁ ଆଲୋଚନାରେ ପ୍ରସ୍ତାବ ଦେବି  । ତେବେ ଏହି ନୂତନ ଆଂଚଳିକ ଦଳ କାହା ସହ ଗଠବନ୍ଧନ କରିବ ନାହିଁ  । ସେହିପରି ସରକାର ଆଂଚଳିକ ଦଳ ଗଠନରେ ବାଧକ ସାଜୁଥିବାବେଳେ ଆମ ନେତାଙ୍କ ଭିତରେ ବିଭେଦ ସୃଷ୍ଟି ପାଇଁ ଚେଷ୍ଟା କରୁଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook