Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିରରେ ଠେଲା ପେଲା, ହବିଷ୍ୟାଳି ଗୁରୁତର

    Share on :
    Date: Nov 7, 2018    Views: 47

    ପୁରୀ: ଦୀପାବଳି ଅବସରରେ ବଡ଼ବଡ଼ୁଆଙ୍କୁ ସ୍ମରଣ କରିବା ନେଇ ବଡ଼ଦାଣ୍ଡରେ ଆଜି ସକାଳୁ ପ୍ରବଳ ଭିଡ଼ ହୋଇଛି । ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପବିତ୍ର ଦିବସରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି ଲାଗିଛି । ତେବେ ଭିଡ଼ ବଢିଯିବାରୁ ମନ୍ଦିର ଭିତରେ ଠେଲା ପେଲା ହୋଇଥିବା ଜଣାଯାଇଛି ।

    ଏଥିରେ ମନ୍ଦିର ବେଢାରୁ ମନ୍ଦିର ଭିତରକୁ ଯିବା ପାଇଁ ଥିବା ସାତ ପାହାଚ ନିକଟରେ ଜଣେ ବୃଦ୍ଧା ହବିଷ୍ୟାଳି ଗୁରୁତର ଆହତ ହୋଇଛନ୍ତି ।

    ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ରେଡକ୍ରସ ଓ ‘ସହାୟ’ର ସଦସ୍ୟମାନେ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

    ତେବେ ସମ୍ପୃକ୍ତ ହବିଷ୍ୟାଳିଙ୍କ ପରିଚୟ ଜଣାପଡ଼ିନାହିଁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook