Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନର ସମସ୍ତ ବ୍ୟାଙ୍କ ହ୍ୟାକ

    Share on :
    Date: Nov 7, 2018    Views: 95

    ଇସଲାମାବାଦ: ପାକିସ୍ତାନର ସମସ୍ତ ବ୍ୟାଙ୍କକୁ ହ୍ୟାକ କରାଯାଇଥିବା ସୂଚନା ମିଳିଛି । ସମସ୍ତ ବ୍ୟାଙ୍କର ସର୍ଭର ଓ ଡାଟାବେସକୁ ହ୍ୟାକ କରାଯାଇଛି । ଏଥିପାଇଁ ପାକିସ୍ତାନର କେତେ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡର ବ୍ୟବହାରକୁ ବନ୍ଦ କରିଦେଇଛନ୍ତି ।

    ଅନେକ ବ୍ୟାଙ୍କରୁ ଚୋରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବାହାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାକିସ୍ତାନର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏହାର ତଦନ୍ତ ଭାର ଦିଆଯାଇଛି । ପ୍ରାୟ ୮ ହଜାର ଆକାଉଣ୍ଟ ହ୍ୟାକ ହେବା ପରେ ଏହାର ତଥ୍ୟ ବିକ୍ରି ହୋଇଛି । ୨.୬ ମିଲିଅନ ପାକିସ୍ତାନୀ ମୁଦ୍ରାକୁ ଏକ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଯାଇଥିବା ସୂଚନା ମିଳିଛି । ବ୍ୟାଙ୍କମାନଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ୧୦୦ରୁ ଅଧିକ ଅଭିଯୋଗ  ହୋଇଛି ।

    କେତେକ ବ୍ୟାଙ୍କରେ ନିଜକୁ ମିଛରେ ପାକିସ୍ତାନ ସେନା ଅଧିକାରୀ କହି ତଥ୍ୟ ସଂଗ୍ରହ କରିଥିବା ଓ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ବେଆଇନଭାବେ ଟଙ୍କା ନେଣ ଦେଣ କରୁଥିବା ଏକ ଗ୍ୟାଙ୍ଗକୁ କେନ୍ଦ୍ରୀୟ ତଦନ୍ତକାରୀ ଅଧିକାରୀମାନେ ଗିରଫ କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook