Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପତ୍ନୀର ଅଧିକାର ଦାବିରେ ଦୈତାରୀଙ୍କ ବିରୋଧରେ ଏତଲା

    Share on :
    Date: Nov 7, 2018    Views: 137

    ଭୁବନେଶ୍ୱର: ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା ତାଙ୍କୁ ବିବାହ କରିଥିବା କହି ପତ୍ନୀର ଅଧିକାର ପାଇବା ଦାବିରେ ବିଗତ ଦିନର ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ ସେ ନୀବନ ନିବାସ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

    ୫୪ ବର୍ଷ ବୟାସ୍କା ଲତା ମଣ୍ଡଳ  ସିମୁଳିଆ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ତାରିଣୀ ଯାତ୍ରା ପାର୍ଟିରେ ଅଭିନୟ କରୁ୍ଥିବା ସମୟରେ ଦୈତାରି ପଣ୍ଡାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ କରିଥିଲେ ।ଦୈତାରୀଙ୍କ ଔରସରୁ  ତାଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ । ମାତ୍ର ବଡ଼ ପୁଅ ୩ ବର୍ଷର ହୋଇଥିବାବେଳେ ପାଣିରେ ବୁଡ଼ି ମୃତୁ୍ୟବରଣ କରିଛି । ଦ୍ୱିତୀୟ ପୁତ୍ର ଶମ୍ଭୁନାଥ ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ିରେ ତାଙ୍କ ପାଖରେ ରହୁଛି । କିଛି ଦିନ ତଳେ ଲତାଙ୍କ ଏହି ଅଭିଯୋଗ ଏକ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।

    ଏହା ଉପରେ ଦୈତାରୀ ନିଜ ମତ ରଖି ଲତା ବା ଶମ୍ଭୁନାଥଙ୍କୁ ସେ ଜାଣିନଥିବା କହିଥିଲେ ।  ଦୈତାରୀ ପଣ୍ଡାଙ୍କ ଏଭଳି ବିବୃତି ପରେ ଆଜି ତାଙ୍କ ପତ୍ନୀର ଅଧିକାର ପାଇବା ଦାବିରେ ସେ ସିମୁଳିଆ ଥାନାରେ ଲିଖିତ ଏତଲା ଦେଇଥିବା ଲତା କହିଛନ୍ତି । ଏନେଇ ସିମୁଳିଆ ଥାନା ଅଧିକାରୀ କେଶ ନଂ ୨୭୫/୧୮ରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ଏନେଇ ଦୈତାରୀଙ୍କ ମତାମତ ନିଆଯାଇପାରିନାହିଁ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook