Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯୋଗୀଙ୍କ ଘୋଷଣା : ଅଯୋଧ୍ୟା ଜିଲ୍ଲା, ରାମ ବିମାନବନ୍ଦର, ଦଶରଥ ହସପିଟାଲ

    Share on :
    Date: Nov 6, 2018    Views: 1394

    ଅଯୋଧ୍ୟା : ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାରେ ଧୂମଧାମରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି  । ଏହି ଅବକାଶରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବହୁ ଘୋଷଣା କରିଛନ୍ତି  । ଫଇଜାବାଦ ଜିଲ୍ଲା ଅଯୋଧ୍ୟା ନାମରେ ପରିବର୍ତିତ ହେବବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି  । ସେହିପରି  ପ୍ରଭୂ ଶ୍ରୀରାମ ଓ ଦଶରଥଙ୍କ ନାମରେ ବହୁ ପ୍ରକଳ୍ପ ମଧ୍ୟ ଘୋଷଣା କରାଯାଇଛି  ।

    ଅଯୋଧ୍ୟାରେ ହେବାକୁ ଥିବା ବିମାନବନ୍ଦର ରାମଙ୍କ ନାମରେ ନାମିତ ହେବ  । ସେହିପରି ଦଶରଥଙ୍କ ନାମରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଛନ୍ତି  ।
    ଏହି ଅବସରରେ ଆଦିତ୍ୟନାଥ କହିଛନ୍ତିଯେ, ଅଯୋଧ୍ୟା ହେଉଛି ଆମ ଗର୍ବର ପ୍ରତୀକ  । ଭଗବାନ ରାମ ହେଉଛନ୍ତି ଅଯୋଧ୍ୟାର ପରିଚୟ  । ପ୍ରଭୁ ରାମଙ୍କ ଜନ୍ମଭୂମି ଅଯୋଧ୍ୟା ନାମରେ ଫଇଜାବାଦ ଜିଲ୍ଲା ନାମିତ ହେବବୋଲି ସେ କହିଥିଲେ  । ସେହିପରି ଅଯୋଧ୍ୟାର କୁଇନ ହୁ ପାର୍କରେ କୁଇନ ହୁ ମେମୋରିଆଲର ଶିଳାନ୍ୟାସ ମଧ୍ୟ କରାଯାଇଥିଲା  । ଏହି ଅବସରରେ ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ ଜଙ୍ଗ ସୁକ ମଧ୍ୟ ଉପସ୍ଥିତ ଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook