Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆହୁରି ୧୪ ଦିନ ଜେଲରେ ରହିବେ ଆୟାର

    Share on :
    Date: Nov 6, 2018    Views: 357

    ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲାନି ଜାମିନ  । ଗତ ୨୩ରୁ ଗିରଫ ହୋଇ ଜେଲରେ ଥିବା ଆୟାରଙ୍କୁ ଆହୁରି ୧୪ଦିନ ଜେଲରେ ରହିବାକୁ ପଡ଼ିବ  । ଜେଲ କ୍ୟାମ୍ପ କୋର୍ଟରେ ଆୟାର ଜାମିନ ଆବେଦନ କରିଥିଲେ  । କୋର୍ଟ ଏହାର ଶୁଣାଣୀ କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଛନ୍ତି  । ଅପରପକ୍ଷରେ ଆୟାରଙ୍କ ହାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରାଯାଇଛି  । ଫଳରେ ଆୟାରଙ୍କୁ ଜେଲ ଭିତରେ ହିଁ ଦୀପାବଳୀ ପାଳିବାକୁ ପଡ଼ିବ  । କୋଣାର୍କ ଓ ଓଡ଼ିଶାର ସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଦେଇ ଆୟାର ବିବାଦ ଭିତରକୁ ଟାଣି ହୋଇଯାଇଥିଲେ  । ଏମିତିକି ବିଧାୟକମାନଙ୍କୁ ବୁଦ୍ଧୁ କହି ଫସି ଯାଇଥିଲେ  । ଗୃହ କମିଟି ଆଗରେ ତିନି ଥର ହାଜର ହୋଇ ସେ ନିଜର ପକ୍ଷ ରଖିବା ସହ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି  । ଏହି ଘଟଣା ନେଇ ସେ ନିଜକୁ ବୋକା କହି କ୍ଷମା ପ୍ରାର୍ଥନା ମଧ୍ୟ କରିସାରିଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook