Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁନ୍ଦରୀ ଗଲା ପରେ କାଠ ମାଫିଆ ଖୁସ!

    Share on :
    Date: Nov 6, 2018    Views: 613

    ପରୋକ୍ଷରେ ଜଙ୍ଗଲର ସୁରକ୍ଷା କରୁଥିଲା ‘ସୁନ୍ଦରୀ’

    ଭୁବନେଶ୍ୱର: ନା’ ତାର ‘ସୁନ୍ଦରୀ’ । କିନ୍ତୁ କାଠ ମାଫିଆମାନଙ୍କ ପାଇଁ ସେ ଥିଲା ‘ଭୁତୁଣୀ’ । ସାତକୋଶିଆକୁ ବାନ୍ଧବଗଡ଼ର  ବାଘୁଣୀ ‘ସୁନ୍ଦରୀ’ ଆସିବା ପୂର୍ବରୁ କାଠମାଫିଆମାନେ ଖୁଲମଖୁଲ୍ଲା ଜଙ୍ଗଲରୁ କାଠ କାଟି ଚୋରା ଚାଲାଣ କରୁଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଜଙ୍ଗଲରୁ କାଠ କାଟୁଥିଲେ । କେହି କେହି କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ କେହି ଏହାକୁ ନିଜୟ ବ୍ୟବସାୟରେ ପରିଣତ କରି ଦେଇଥିଲେ । ତେବେ ସୁନ୍ଦରୀ ଆସିବା ପରେ ଏହା ପୁରାପୁରି ବନ୍ଦ ହୋଇଯାଇଥିଲା । ବାଘୁଣୀ ଡରରେ କେହି ଜଙ୍ଗଲକୁ ଯାଇପାରୁନଥିଲେ ।  ଯଦିଓ ସୁନ୍ଦରୀ ମଣିଷ ସମେତ ପଶୁମାନଙ୍କୁ ଆକ୍ରମଣ କରିଛି, ତେବେ ସେ ଯେ ପରୋକ୍ଷରେ ଜଙ୍ଗଲର ସୁରକ୍ଷା କରୁଥିଲା ତାହା ନିଶ୍ଚିତ ଭାବେ କୁହାଯାଇପାରେ ।

    ଏମିତି କି ପ୍ରଥମେ ଯେତେବେଳେ ସୁନ୍ଦରୀକୁ ସାତକୋଶିଆରେ ଛଡ଼ାଗଲା ସେତେବେଳେ କିଛି ଲୋକ କହିଲେ ଯେ, ସୁନ୍ଦରୀ ଆସିବା ପରେ  ଆମର ଚୁଲି ଜଳୁନି । ଆମେ ଜଙ୍ଗଲକୁ ଯାଇପାରୁନୁ । ଆମ ସାଂସାର କେମିତି ଚଳିବ ।

    ଏଥିରୁ ୨ଟା କଥା ବୁଝାପଡ଼ୁଛି । ପ୍ରଥମ କଥା ହେଲା କିଛି ଲୋକେ ଜଙ୍ଗଲରୁ କାଠ ଆଣି ତାକୁ ଜାଳେଣିଭାବେ ବ୍ୟବହାର କରୁଥିଲେ । ବାଘୁଣୀ ଆସିବା ପରେ ଆଉ ଜାଳେଣି ନମିଳିବାରୁ ତାଙ୍କର ଚୁଲି ଜଳିଲାନାହିଁ । 

    ଦ୍ୱିତୀୟ କଥା ହେଲା ଜଙ୍ଗଲରୁ ଲୋକେ କାଠ କାଟି ବିକ୍ରି କରୁଥିଲେ । ସେଥିରୁ ଯାହା ଟଙ୍କା ମିଳୁଥିଲା ତାଙ୍କର ସାଂସାର ଚଳୁଥିଲା ।ତେବେ ସୁନ୍ଦରୀ ଆସିବା ପରେ ନା ସେମାନେ କାଠ କାଟି ପାରିଲେ ନା ବିକି ପାରିଲେ । ସଂସାର ଚଳିବ କେମିତି । ସେମାନେ ପୋରକ୍ଷରେ କହିଦେଲେ ଯେ କାଠ କାଟି ବିକ୍ରି  କରିବା ତାଙ୍କର ବେଉସା ଥିଲା । ତେବେ ସୁନ୍ଦରୀ ଆସିବା ପରେ ସେସବୁ ବନ୍ଦ ହୋଇଯାଇଥିଲା । 

    ଖାସ ସେଇଥି ପାଇଁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛଡ଼ା ଯିବା ପରେ ପରେ ଆରମ୍ଭ ହୋଇଯାଇଥିଲା ବାଘୁଣୀ ସ୍ଥାନାନ୍ତର ଦାବି । ପ୍ରାଥମିକ ଅବସା୍ଥରେ ସ୍ଥାନୀୟ ଲୋକେ ବାଘୁଣୀ ସୁନ୍ଦରୀକୁ ସ୍ଥାନାନ୍ତର କରିବା ଦାବିରେ ଆନେ୍ଦାଳନ କରିଥିଲେ ହେଁ ଏହାପଛରେ କାଠ ମାଫିଆଙ୍କ ହାତ ଥିବା କୁହାଯାଉଥିଲା ।  କାରଣ ସୁନ୍ଦରୀ ଆସିବା ପରେ ସେମାନଙ୍କ ବେପାର ମାନ୍ଦା ହୋଇଯାଇଥିଲା । ସୁନ୍ଦରୀ ସାତକୋଶିଆରେ ଥିବା ପର୍ଯ୍ୟନ୍ତ ଆଉ   ଜଙ୍ଗଲକୁ ଯାଇ କାଠ କାଟି ହେବ ନାହିଁ କି ତାକୁ ଚଢା ଦରରେ ଚୋରାଚାଲାଣ କରାଯାଇପାରିବ ନାହିଁ । ଏହି କଥା କାଠ ମାଫିଆଙ୍କ ମୁଣ୍ଡରେ ପଶିଯାଇଥିଲା । ସେଥି ପାଇଁ ସେମାନେ ଥିଲେ ଚିନ୍ତିତ । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ ଢାଲ କରି ଆରମ୍ଭ କରିଥିଲେ ଆନେ୍ଦାଳନ  । ତେବେ ‘ସୁନ୍ଦରୀ’ ହାତୀବାରୀ ଓ ଟାଇଁସିରେ ଦୁଇ ଜଣଙ୍କୁ ମାରିବା ପରେ କାଠ ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଉତ୍ତେଜନାରେ ସେମାନେ ହୋଇଗଲେ ସାମିଲ ।

    ସ୍ଥାନୀୟ ଲୋକଙ୍କ ସୁନ୍ଦରୀ ସ୍ଥାନାନ୍ତର ଦାବି ରୂପୀ ସ୍ୱରରେ ସ୍ୱର ମିଶାଇଲେ କାଠ ମାଫିଆ । ତେବେ କାଠ ମାଫିଆମାନେ ପ୍ରଚ୍ଛଦ ପଟରେ ରହି କରିଥିଲେ ଆନେ୍ଦାଳନ । ତେବେ ଏବେ ସୁନ୍ଦରୀ ଧରାପଡ଼ିଯିବା ପରେ ପୁଣି ଥରେ କାଠ ଚୋରାଚାଲାଣ ଯେ ଆରମ୍ଭ ହୋଇଯିବ ତାହା ନିଃସନେ୍ଦହରେ କୁହାଯାଇପାରେ । ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦେଇ ଜଙ୍ଗଲ ସୁରକ୍ଷା ନେଇ ଦୃଷ୍ଟି ଦେବେ ତେବେ କାଠ ମାଫିଆଙ୍କ ଏହି ଚାଲ ସଫଳ ହୋଇପାରିବ ନାହିଁ କୁହାଯାଇପାରେ । 

    ଅନ୍ୟପକ୍ଷରେ ମଣିଷଖିଆ ‘ସୁନ୍ଦରୀ’ ଧରାପଡ଼ିଯାଇଥିବାରୁ ଜଙ୍ଗଲ ପାଖାପାଖି ଗ୍ରାମବାସୀ ଆଶ୍ୱସ୍ତି ଅନୁଭବ କରିଛନ୍ତି । 

    Maximum 500 characters

    ଅଧିକ ମତାମତ

    absolutly true

    debasis

    Nov 6, 2018

    sata katha luchi ki achhi

    ajay rout

    Nov 6, 2018

    ବିଶେଷ View all

    Find Us on Facebook