Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଗରିଆଙ୍କ ଇସ୍ତଫା କଂଗ୍ରେସ ପାଇଁ ଲାଭ: ନିରଞ୍ଜନ

    Share on :
    Date: Nov 6, 2018    Views: 1467

    ଭୁବନେଶ୍ୱର: କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ଲାଭ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ସଗରିଆଙ୍କ ଇସ୍ତଫା ପରେ ସରକାର ଚେତିବେ  । ଜଣେ ବିରୋଧୀ ବିଧାୟକଙ୍କ ଏଭଳି ଇସ୍ତଫାକୁ ଲୋକେ ବିଚାର କରିବେ ।

    ପ୍ରକାଶ ଯେ, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ଶ୍ରୀ ସଗରିଆ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫା ପତ୍ର ପ୍ରଦାନ ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ସଗରିଆ କହିଥିଲେ ଯେ, ସେ କଂଗ୍ରେସ ସହ ଅଛନ୍ତି ଏବଂ କଂଗ୍ରେସ ସହ ରହିବେ ।

     ଶ୍ରୀ ସଗରିଆ ପୂର୍ବରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ବିବେକ ଅନୁଯାୟୀ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook