Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଧରିପଡ଼ିଲା ସୁନ୍ଦରୀ

    Share on :
    Date: Nov 6, 2018    Views: 255

    ଅନୁଗୁଳ: ଶେଷ ହେଲା ଲୁଚକାଳି ଖେଳ । ସାତକୋଶିଆ ଜଙ୍ଗଲରେ ଦୀର୍ଘ ଦିନ ହେଲା ଲୁଚକାଳି ଖେଳିବା ସହ ଆତଙ୍କ ସୃଷ୍ଟି କରିଥିବା ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’କୁ ଶେଷରେ କାବୁ କରାଯାଇଛି । ଦୀର୍ଘ ପ୍ରଚେଷ୍ଟା ପରେ  ମଣିଷ ଖିଆ ‘ସୁନ୍ଦରୀ’କୁ କାବୁ କରାଯାଇଛି । ବିଶେଷଜ୍ଞ ଦଳ ଏକୁଟିଆ ଯାହା କରିପାରିଲେ ନାହିଁ ‘ଯଶୋଦା’ ହାତୀର ସହାୟତା ନେବା ପରେ ତାହା ହୋଇପାରିଛି ।

    ନନ୍ଦନକାନରୁ ଯାଇଥିବା କୁମକି ହାତୀ ‘ଯଶୋଦା’ ସହାୟତାରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରାଯାଇଛି । ସାତକୋଶିଆ ଓ ନନ୍ଦନକାନନ ଟିମ ଦ୍ୱାରା ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରାଯାଇଥିବା ପିସିସିଏଫ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ଟ୍ରାଙ୍କୁଲାଇଜ ପରେ ‘ସୁନ୍ଦରୀ’କୁ ରାଇଗୁଡ଼ା ନିଆଯାଉଥିବା ସୂଚନା ମିଳିଛି ।


    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ‘ସୁନ୍ଦରୀ’ ହାତୀବାରୀ ଓ ଟାଇଁସିରେ ଦୁଇ ଜଣଙ୍କୁ ମାରିଥିଲା । ଏହା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ‘ସୁନ୍ଦରୀ’କୁ ସ୍ଥାନାନ୍ତର କରିବା ଦାବିରେ ଜନସାଧାରଣ ପୋଡ଼ାଜଳା କରିବା ସହ ରାସ୍ତାରୋକ ମଧ୍ୟ କରିଥିଲେ । ଯାହାକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା । ଏହା ପରେ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ‘ସୁନ୍ଦରୀ’ । ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ବିଶେଷଜ୍ଞ ଟିମ ଆସି ପହଞ୍ଚିଥିଲେ ମଧ୍ୟ କୌଣସ ସୁଫଳ ମିଳିନଥିଲା ।  ଟ୍ରାଙ୍କୁଲାଇଜ ଟିମ ଜଙ୍ଗଲରେ ଛକି ରହିଥିଲେ ମଧ୍ୟ ସୁନ୍ଦରୀ ଧରାଦେଇନଥିଲା । ସୁନ୍ଦରୀକୁ କାବୁ କରିବା ସକାଶେ ବନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ସବୁ ଉଦ୍ୟମ ଫେଲ ମାରିଥିଲା । ଶେଷରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚନ୍ଦକାରୁ ହାତୀ ‘ଯଶୋଦା’କୁ ଅଣାଯାଇଥିଲା ।  ସାତକୋଶିଆର ପୁରୁଣାକୋର୍ଟରେ ଯଶୋଦା ଆସି ପହଞ୍ଚିବା ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଥିଲା । ଶେଷରେ ଯଶୋଦା ଉପରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook