Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଛାଡ଼ିବେ, ୧୧ରେ ବିଜେଡ଼ିରେ ମିଶିବେ ଶଶୀ ସାହୁ !

    Share on :
    Date: Nov 6, 2018    Views: 16390

    ଭୁବନେଶ୍ୱର : ଗୋଦରା କୋଡେ଼ ଯେତେ ମାଡେ଼ ସେତେ  । ଦଳକୁ ଯେମିତି ଟାଣୁଆ ନେତାଙ୍କ ସ୍ୱାଗତ କରାଯାଉଛି ଠିକ ସେମିତି ଟାଣୁଆ ନେତା ବିଜେପିକୁ ବାୟ ବାୟ କରିବାର ବି ନଜିର ରହିଛି  । ବେଶୀ ବାଟ ନଯାଇ ସଦ୍ୟ ସିମୁଳିଆ ମିଶ୍ରଣ ପର୍ବ କଥା ବିଚାରକୁ ନିଆଯାଇପାରେ  ।

    ନିକଟରେ ସିମୁଳିଆର ଟାଣୁଆ କଂଗ୍ରେସ ନେତା ତଥା ତିନି ଥର ବିଧାୟକ ହୋଇଥିବା ପଦ୍ମଲୋଚନ ପଣ୍ଡା ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହେଲେ  । ତାଙ୍କୁ ଦଳକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହାଦ୍ୱାରା ଦଳ ମଜବୁତ ହେବବୋଲି ମଧ୍ୟ କହିଲେ  । ତେବେ ଏହି ମିଶ୍ରଣ ପର୍ବର ଅବ୍ୟବହିତ ପୂର୍ବରୁ ଜୋରଦାର ବିରୋଧ କରିଥିଲେ ବିଜେପି ନେତା ଶଶୀକୁମାର ସାହୁ ଓ ତାଙ୍କର ସମର୍ଥକମାନେ  । ଏମିତିକି ମିଶ୍ରଣ ପର୍ବ ଠାରୁ ସେ ଖାଲି ଦୂରେଇ ନଥିଲେ ବରଂ ଧର୍ମେନ୍ଦ୍ରଙ୍କର ଶତ ଅନୁରୋଧକୁ ବି ସେ ଏଡ଼ାଇ ଦେଇଥିଲେ  । ରୋକଠୋକ ଭାବେ କହିଥିଲେ, ପଦ୍ମଲୋଚନଙ୍କ ମିଶ୍ରଣକୁ ସେ ସମର୍ଥନ କରିପାରିବେ ନାହିଁ  । ପରେପରେ ଶଶୀ ନିଜର ସମର୍ଥକଙ୍କ ସହ ତୁହାକୁ ତୁହା ବୈଠକ ମଧ୍ୟ କରିଥିଲେ  ।

    ସିମୁଳିଆ ନିର୍ବାଚନମଣ୍ଡଳୀରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବୈଠକରେ ହୋଇଥିବା ପ୍ରଥମ ନିଷ୍ପତି ଥିଲାଯେ, ସିମୁଳିଆ ନିର୍ବାଚନମଣ୍ଡଳୀରେ ୩୦ ହଜାର ଲୋକଙ୍କୁ ନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯିବ  । ଉତ୍ସବକୁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ  । ଯଦି ଧର୍ମେନ୍ଦ୍ର ପ୍ରଧାନ ଏହି ସମାବେଶରେ ସାମିଲ ନହୁଅନ୍ତି ତେବେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ  । ଯଦି ଧର୍ମେନ୍ଦ୍ର ସାମିଲ ହୁଅନ୍ତି ତେବେ ଶଶୀଙ୍କୁ ହିଁ ବିଜେପି ଟିକେଟ ମିଳିବ ବୋଲି ପରୋକ୍ଷରେ ସୂଚନା ଦେବାକୁ ମଧ୍ୟ ଚାପ ପଡ଼ିବ  । କିନ୍ତୁ ଏବେ ଏହି ରଣନୀତି ବଦଳି ଯାଇଛି  । ଶଶୀଙ୍କ ଆଭିମୁଖ୍ୟକୁ ରାଜ୍ୟ ବିଜେପି ସହଜରେ ଗ୍ରହଣ କରିପାରିନଥିଲା  । ଫଳରେ ଶଶୀ ବିଜେପି ଆଡ଼ୁ ପ୍ରତିଶ୍ରୁତି ପାଇବାରେ ବିଫଳ ହୋଇଥିଲେ  । ପୂର୍ବରୁ ଶଶୀ ବିଜେଡ଼ି ଟିକେଟ ପାଇଁ ମଧ୍ୟ ଲବି କରି ଆସୁଥିଲେ  । କିନ୍ତୁ ବିଜେଡ଼ିରୁ ଗ୍ରୀନ ସିଗନାଲ ନମିଳିବାରୁ ସେ ପଦ୍ମଫୁଲ ଧରିବାକୁ ବାଧ୍ୟ ହୋଇଥିଲେ  । ନିଜସ୍ୱ ସାଂଗଠନିକ ଦକ୍ଷତା ବଳରେ ସିମୁଳିଆରେ ବିଜେପି ମଜବୁତ ମଧ୍ୟ ହୋଇଥିଲା  । କିନ୍ତୁ ରାଜ୍ୟ ବିଜେପି ତାଙ୍କୁ ଧୋକ୍କା ଦେଇଥିଲା ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରନ୍ତି  । ଅପରପକ୍ଷରେ ଏହି ସୁଯୋଗରେ ବିଜେଡ଼ି ଶଶୀଙ୍କୁ ସମର୍ଥନର ହାତ ବଢ଼ାଇଥିଲା  । ବିଜେଡ଼ିର କେତେକ ଯୁବନେତା ତାଙ୍କ ସହ ଆଲୋଚନା କରିବା ପରେ ଟିକେଟ ଦେବାର ବି ପ୍ରତିଶ୍ରୁତି ଦେଇଥିବା ଜାଣିବାକୁ ମିଳିଛି  । ପଦ୍ମଲୋଚନ ପଣ୍ଡା ୧୫ ହଜାର ସମର୍ଥକଙ୍କୁ ନେଇ ବିଜେପିରେ ମିଶିଥିଲେ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାଙ୍କ ସମର୍ଥକଙ୍କ ସଂଖ୍ୟା ୩ ହଜାରରେ ସୀମିତ ରହିଥିଲା  । ଅନ୍ୟ ନିର୍ବାଚନମଣ୍ଡଳୀର ବିଜେପି କର୍ମୀମାନେ ସେହି ସଭାରେ ଯୋଗଦାନ କରିଥିଲେ  । ବିଜେଡ଼ିରୁ ଟିକେଟ ପାଇବାର ଥୋପ ପଡ଼ିବା ପରେ ଶଶୀ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି  । 

    ମିଳିଥିବା ସୂଚନାନୁଯାୟୀ, ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପିର ଟାଣୁଆ ନେତା ଶଶି ସାହୁ ପଦ୍ମ ଛାଡ଼ି ଶଙ୍ଖ ଧରିବେ ବୋଲି ମନସ୍ଥ କରିସାରିଛନ୍ତି । ଆସନ୍ତା ୧୧ ତାରିଖରେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ଜଣାପଡ଼ିଛି । ୧୨ ସରପଂଚ, ୩ ସମିତି ସଭ୍ୟଙ୍କ ସହ ପାଖାପାଖି ୩୦ ହଜାରରୁ ଊଦ୍ଧ୍ୱର୍ କର୍ମୀ ବିଜେଡିରେ ସାମିଲ ହେବେ । ଶଶିଙ୍କ ପାଇଁ ଖଇରାରେ ଅନୁଷ୍ଠିତ ହେବ ବିଜେଡିର ମିଶ୍ରଣ ପର୍ବ, ଯେଉଁଥିରେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

    Maximum 500 characters

    ଅଧିକ ମତାମତ

    ଫେସବୁକ ରେ ଯୋଗାଯୋଗ କରି ଆପଣ ବଢିଆ ଲେଖା ଲେଖୁଛନ୍ତି... "ନେଇ ଶଶୀଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଫେସବୁକରେ ଯୋଗାଯୋଗ କରିଥିଲେ ମଧ୍ୟ ଉତର ମିଳିପାରିନାହିଁ ।" *ଉତ୍ତର ପାଇବେ ନାହିଁ.... ନମ୍ବର ଦରକାର ଯଦି ଆମ୍ଭକୁ କୁହନ୍ତୁ ଆମ୍ଭେ ଦେବୁ.... ଏମିତି ଲେଖି କାହିଁ ନିଜର ଇମେଜ୍ ଖରାପ କରୁଛ...? ଗୋଟେ ଟାଣୁଆ ନେତାକୁ ଏମିତି ଯୋଗାଯୋଗ ଜମାରୁ ଗ୍ରହଣୀୟ ନୁହେଁ... ଧନ୍ୟବାଦ! ପ୍ରୟାସ ଜାରୀ ରହୁ.... :) :)

    ସଂଜୟ

    Nov 6, 2018

    sanjay babu its ok... ajikali socila media re sighra response mile... number dele khusi hebu... tebe ama story ra satyasatya samparkare kahithile besi khusi hoithantu.. thanks a ton

    odia spot news

    Nov 6, 2018

    ରାଜନୀତି View all

    Find Us on Facebook