Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ଉପନିର୍ବାଚନ: ଭୋଟଗଣତି ଆରମ୍ଭ, ବିଜେପି ପଛୁଆ

    Share on :
    Date: Nov 6, 2018    Views: 430

    ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟ ଫଳାଫଳ ଆଧାରରେ ବିଜେପିକୁ ଝଟକା ଲାଗିଛି । ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଥିବା ବେଳେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ ଜେଡିଏସ ପ୍ରାର୍ଥୀ ଆଗୁଆ ଅଛନ୍ତି । ଗୋଟିଏ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।
    କର୍ଣ୍ଣାଟକର ୩ଟି ଲୋକସଭା ଓ ଦୁଇଟି ବିଧାନସଭା ଆସନ ପାଇଁ ଗତ ୩ ତାରିଖରେ ଭୋଟଦାନ ହୋଇଥିଲା । ମଙ୍ଗଳବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଛି । 

    ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରୁ ମିଳିଥିବା ଫଳାଫଳ ଅନୁଯାୟୀ, ବିଜେପିର ଦୁର୍ଗ କୁହାଯାଉଥିବା ବଲାରି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭି.ଏସ ଉଗ୍ରାପ୍ପା ଆଗୁଆ ଅଛନ୍ତି । ସେହିପରି ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏଓ ପ୍ରାର୍ଥୀ ଶିବରାମେ ଗୌଡ଼ା ଆଗୁଆ ଅଛନ୍ତି । ଶିବାମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରାଘବେନ୍ଦ୍ର ଆଗୁଆ ଅଛନ୍ତି । ସେହିପରି ରାମନଗର ବିଧାନସଭା ଆସନରେ ଜେଡିଏସ ପ୍ରାର୍ଥୀ ଅନୀତା କୁମାର ସ୍ୱାମୀ ଆଗୁଆ ଥିବାବେଳେ ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଏ.ଏସ ନ୍ୟାମାଗୌଡ଼ ଆଗୁଆ ଅଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook