Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମାଡ଼ିଗଲା ଟ୍ରେନ, ୪ କର୍ମଚାରୀ ମୃତ

    Share on :
    Date: Nov 5, 2018    Views: 104

    ନୂଆଦିଲ୍ଲୀ: ୟୁପିର ହରଦେଇ ଜନପଦର ସଣ୍ଡିଲା -ଉମରତାଲି ରେଳ ଧାରଣାରେ କଟି ୪ ଜଣ କର୍ମଚାରୀଙ୍କ ମୃତୁ୍ୟ ହୋଇଛି ।

    ରେଳ କର୍ମୀଚାରୀମାନେ ରେଳଧାରଣାରେ  କାମ କରୁଥିବାବେଳେ ସୋମବାର ଏହି ଦୁର୍ଘଟଣା ଘଟିଛି । ୪ ଜଣ ଗ୍ୟାଙ୍ଗମ୍ୟାନ ସଣ୍ଡିଲା-ଉମରତାଲୀ ରେଳ ଧାରଣାରେ ମରାମତି କାର୍ଯ୍ୟ କରୁଥିଲେ । ଏହି ସମୟରେ ଟ୍ରେନ ଆସିଯାଇଥିଲା ।

    ତେବେ ଏହି ଘଟଣା ପରେ ରେଳବିଭାଗର ଦାୟିତ୍ୱହୀନତା ସାମନାକୁ ଆସିଛି । ତେବେ ରେଳବାଇ ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook