Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାଷୀ ଆନେ୍ଦାଳନ: କ’ଣ କହୁଛନ୍ତି ବିରୋଧୀ

    Share on :
    Date: Nov 5, 2018    Views: 321

    ବିଜେପି ଓ ବିଜେଡିକୁ ନିରଞ୍ଜନଙ୍କ ସମାଲୋଚନା 

    ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନ ସୋମବାର ଉଗ୍ର ରୂପ ଧାରଣ କରିଛି । ଏହାକୁ ପ୍ରତିହତ କରିବା ପାଇଁ ପୁଲିସ ଗିରଫଦାରୀ ଆରମ୍ଭ କରିଥିବାବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବାକୁ ଆରମ୍ଭ କରିଛନ୍ତି । 

    ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଚାଷୀଙ୍କ ଦାବି ପୂରଣ ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ କେବେ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ସରକାର ଚାଷୀମାନଙ୍କୁ ଭଣ୍ଡାଉଛନ୍ତି  । ଏପରିକି ସରକାର ନାଟକବାଜୀ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି ।

    ଏହାଛଡ଼ା ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରତିଶ୍ରୁତି ଦେଇ ସରକାର ଭଣ୍ଡେଇ ଚାଲିଛନ୍ତି । ସରକାର ଏବେ ଆତ୍ମସମୀକ୍ଷା କରିବା ଦରକାର । ଏଥିସହ ଭାଗ ଚାଷୀ ଆଇନ କୁଆଡେ଼ ଗଲା ବୋଲି ପ୍ରଶ୍ନ କରିବା ସହ ଆଳୁ ମିଶନ ଫେଲ ମାରିଥିବା ଶ୍ରୀ ପଣ୍ଡା କହିଛନ୍ତି  । ସେହିପରି ଗଣତାନ୍ତ୍ରିକ ଢଙ୍ଗରେ ଆନେ୍ଦାଳନ ଚାଲିଥିବା ବେଳେ ସରକାର ଏହାର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

    ଅନ୍ୟପକ୍ଷରେ ଚାଷୀଙ୍କୁ ଭୁବନେଶ୍ୱର ଆସିବାକୁ ଦିଆନଯିବା ଅଗଣତାନ୍ତ୍ରିକ ଓ ନିନ୍ଦନୀୟ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

    ସେହିପରି ଚାଷୀ ଆନେ୍ଦାଳନ ନେଇ ଉଭୟ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ହଜାର ହଜାର ଚାଷୀ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଏକାଠି ହୋଇଛନ୍ତି ।  ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ଓଡ଼ିଶାର ଚାଷୀଙ୍କ ଆୟ ସାରା ଦେଶରେ ସର୍ବନିମ୍ନ  । ଚାଷୀଙ୍କ ଅବସ୍ଥା ସଙ୍ଗୀନ ହୋଇଥିବାବେଳେ ଅର୍ଦ୍ଧାଧିକ ଚାଷୀ ଋଣ ଭାରରେ ବୁଡ଼ି ରହିଛନ୍ତି । ଏହାଛଡ଼ା ଚାଷୀଙ୍କ ଭାଗ୍ୟ ବର୍ଷା ଉପରେ ନିର୍ଭର କରୁଥିବାବେଳେ ଦୁଇ ତୃତୀୟାଂଶ ଚାଷୀ ଜଳସେଚନରୁ ବଞ୍ଚିତ । ବ୍ୟାଙ୍କରୁ ଋଣ ନପାଇ ସାହୁକାରଙ୍କ ଠାରୁ ଉଚ୍ଚ ସୁଧରେ ଟଙ୍କା ଆଣନ୍ତି ଚାଷୀ । ଋଣ ବୋଝରେ ବହୁ ଚାଷୀ ଆତ୍ମହତ୍ୟା କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

     

    Maximum 500 characters

    ରାଜନୀତି View all

    Find Us on Facebook