Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଓ ଅଞ୍ଚଳକୁ ମିଡିଆ ନଯାଉ : ଡିଜିପି

    Share on :
    Date: Nov 5, 2018    Views: 1229

    ଭୁବନେଶ୍ୱର: ମାଓ ଅଞ୍ଚଳକୁ ମିଡିଆ ନଯାଉ । ମାଓପ୍ରବଣ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ନଯିବା ଉଚିତ । ମାଓପ୍ରବଣ ଅଞ୍ଚଳକୁ ମିଡିଆକୁ ସମ୍ପୂର୍ଣ୍ଣ ତ ବାରଣ କରି ହେବନି, କିନ୍ତୁ ନଯିବା ଭଲ । ଏଭଳି କହିଛନ୍ତି ଡିଜିପି ଆର.ପି ଶର୍ମା । ମାଲକାନାଗିରି ଜିଲ୍ଲା କାଲିମେଳା ନିକଟ ପପୁଲୁର ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା ଏହା କହିଛନ୍ତି । 

    ଶ୍ରୀ ଶର୍ମା କହିଛନ୍ତି ଯେ,  ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି ।  ରାଜ୍ୟରେ ମାଓପ୍ରବଣ ଜିଲ୍ଲା ଏବେ ବୃଦ୍ଧି ପାଇ ୧୫ରେ ପହଞ୍ଚିଛି । ତେବେ ମାଓପ୍ରବଣ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ଯିବା ଉଚିତ ନୁହେଁ ବୋଲି ଶ୍ରୀ ଶର୍ମା କହିଛନ୍ତି । 

      ଏହାଛଡ଼ା ସେ କହିଛନ୍ତି ଯେ, ପପୁଲ ଅପରେସନ ଏକ ମିଳିତ ଅପରେସନ ଥିଲା । ଅପରେସନରେ ବିଏସଏଫ ଓ ଏସଓଜି ସାମିଲ ଥିଲେ ।  ଅପରେସନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ମୁଁ ଭାବୁଛି ଓଡ଼ିଶାର ଏହା ବେଷ୍ଟ ଅପରେସନ ।  ଏନକାଉଣ୍ଟରେ ୨ ମହିଳାଙ୍କ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି ।  ସମସ୍ତ ମୃତକ ୫ ଜଣ କ୍ୟାଡର ମାଓବାଦୀ ।  ତେବେ କୌଣସି ପୁଲିସ କର୍ମଚାରୀଙ୍କ ଏଥିରେ କିଛି କ୍ଷତି ହୋଇନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି । 

    ଏହାଛଡ଼ା ଶ୍ରୀ ଶର୍ମା କହିଛନ୍ତି ଯେ, ଆନ୍ଧ୍ର ସୀମାରୁ ଦେଢ କିମି ଭିତରେ ଅପରେସନ କରାଯାଇଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଅଧିକ ବିଏସଏଫ ମୁତୟନ କରାଯିବ ବୋଲି କହିବା ସହ ସ୍ୱାଭିମାନ ଅଞ୍ଚଳରେ ଅଧିକ ବିଏସଏଫ ପାଇଁ ଶ୍ରୀ ଶ୍ରର୍ମା ଦାବି ଦୋହରାଇଛନ୍ତି । 
    ସେହିପରି 

    Maximum 500 characters

    ତାଜା ଖବର View all

    Find Us on Facebook