Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଚାଷୀ, ନେତା ଗିରଫ

    Share on :
    Date: Nov 5, 2018    Views: 267

    ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନ ସୋମବାର ଉଗ୍ର ରୂପ ଧାରଣ କରିଛି ।  ତେବେ ୧୪୪ ସତ୍ୱେ ଭୁବନେଶ୍ୱର ଆସୁଥିବା ଚାଷୀ ଓ ନେତାଙ୍କୁ ପୁଲିସ ଗିରଫ କରିଛି । ଖଣ୍ଡଗିରି ନିକଟରେ କିଛି ଚାଷୀଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି । 

    ସେହିପରି ଚାଷୀଙ୍କ ଏହି ଆନେ୍ଦାଳନରେ ସାମିଲ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିବା ଜଣାଯାଇଛି । ତେବେ ଗିରଫ ବେଳେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । 

    ପ୍ରକାଶ ଯେ, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନକୁ ପ୍ରତିହତ କରିବା ତଥା ଚାଷୀଙ୍କୁ ଅଟକାଇବା ପାଇଁ ଗତକାଲି ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଥିଲା ।  ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ ବାଲୁଗାଁରୁ ଭୁବନେଶ୍ୱର ରାଲିଲେ ଆସୁଥିବାବେଳେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରି ପୁଲିସ ଚାଷୀଙ୍କ ରାଲିକୁ ବାରଣ କରିଥିଲା । ତେବେ  ଆଜି ହଜାର ହାଜର ଚାଷୀ ଏହାକୁ ଖାତିର ନକରି ଭୁବନେଶ୍ୱର ଆଡ଼କୁ ମାଡ଼ି ଆସୁଛନ୍ତି । ଚାଷୀମାନେ ପୁଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ପଶିଥିବା ଜଣାଯାଇଛି ।  

    Maximum 500 characters

    ଆଂଚଳିକ View all

    Find Us on Facebook