Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭୁବନେଶ୍ୱର: ସମ୍ପୂର୍ଣ୍ଣ ମାଗଣା ୱାଇଫାଇ ଜୋନ

    Share on :
    Date: Nov 5, 2018    Views: 231

    ଭୁବନେଶ୍ୱର: ଭୁବନେଶ୍ୱର ହେବ ୱାଇଫାଇ ସିଟି । ଦୀର୍ଘ ଦିନର ଏହି ସ୍ୱପ୍ନ ସତ ହେବାକୁ ଯାଉଛି । ଆଜି ଠାରୁ ଭୁବନେଶ୍ୱରରେ ମାଗଣା ୱାଇଫାଇ ସୁବିଧା ମିଳିବ । ‘ଭୁବନେଶ୍ୱରମି ୱାଇଫାଇ ପ୍ରୋଜେକ୍ଟ’ ଅଧୀନରେ ଲୋକେ ମାଗଣାରେ ଇଣ୍ଟରନେଟ ବ୍ୟବହାର କରିବେ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ । ହକି ବିଶ୍ୱକପକୁ ଆଖି ଆଗରେ ରଖି ଏହି ଡ୍ରିମ ପ୍ରୋଜେକ୍ଟ ଆରମ୍ଭ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସସିଏଲ) ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ପ୍ରକଳ୍ପ ଚାଲୁ ହେବ ।
    ଏହି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆକସେସ ପଏଣ୍ଟ ବା ୱାଇଫାଇ ହଟସ୍ପଟ ରହିବ  । ପ୍ରଥମେ ୧୦୦ଟି ସ୍ଥାନରେ ଏହାକୁ ଲଗାଯିବ । ଆକସେସ ପଏଣ୍ଟର ୧୦୦, ୨୦୦ ଓ ୩୦୦ ମିଟର ପରିଧି ଭିତରେ ୱାଇଫାଇ କାମ କରିବ  ।

    ଏବେ ୨୫୦ ଏମବି, ପରେ ୫୦ ଏମବି ଡାଟା ମାଗଣା

    ଏବେ ଦିନକୁ ୨୫୦ ଏମବି ଡାଟା ମାଗଣାରେ ବ୍ୟବହାର କରି ହେବ । ୱାଇଫାଇ ପ୍ରକଳ୍ପ ଶୁଭାରମ୍ଭ ଦିନ ଠାରୁ ନେଇ ଡିସେମ୍ବରର ୩୧ ପର୍ଯ୍ୟନ୍ତ  ପ୍ରତିଦିନ ଏତିକି ପରିମାଣର ଡାଟା ବ୍ୟବହାର କରି ହେବ । ପରେ ଦିନକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ୫୦ ଏମବି ବ୍ୟବହାର କରିହେବ ।


    ୧୦୦ଟି ସ୍ଥାନରେ ଲାଗିଛି ଆକସେସ ପଏଣ୍ଟ

    ସହରର ମୋଟ ୧୦୦ଟି ସ୍ଥାନରେ ଆକସେସ ପଏଣ୍ଟ ବା ହଟସ୍ପଟ ଲାଗିଛି । ଆକସେସ ପଏଣ୍ଟର ଅର୍ଥ ହେଉଛି ଏହି ପଏଣ୍ଟର ୩୦୦ ମିଟର ପରିଧି ଭିତରେ ରହିଲେ ହିଁ ୱାଇଫାଇ ନେଟୱର୍କ ଉପଲବ୍ଧ ହେବ । ସହରର ୮୦ କିମି ରାସ୍ତାକଡ଼ରେ ଏହି ୧୦୦ଟି ଆକସେସ ପଏଣ୍ଟ ଲାଗିଛି । କିଟ ଛକରୁ ରାଜଭବନ ଛକ, ଗୋପବନ୍ଧୁ ଛକରୁ ରାଜଭବନ ଛକ, ବିମାନବନ୍ଦରରୁ ଆଚାର୍ଯ୍ୟବିହାର, ଆଚାର୍ଯ୍ୟବିହାରରୁ ନାଲକୋ ଛକ, କଳ୍ପନାରୁ ରସୁଲଗଡ଼, ଶିଶୁ ଭବନରୁ ବାଣୀବିହାର ଓ ରସୁଲଗଡ଼ ଛକର ରାସ୍ତା ପାଶ୍ୱର୍ରେ ଏହି ୧୦୦ଟି ଆକସେସ ପଏଣ୍ଟ ସ୍ଥାପନ କରାଯାଇଛି । ପ୍ରତି ଆକସେସ ପଏଣ୍ଟରୁ ୧୫୦ ଜଣ ବ୍ୟବହାରକାରୀ ଇଣ୍ଟରନେଟ ବ୍ୟବହାର କରିପାରିବେ ।

    ମାଗଣା ସରିବା ପରେ କମ ରହିବ ଦେୟ


    ୱାଇଫାଇ ସୁବିଧାରେ ପ୍ରଥମ ଅଧ ଘଣ୍ଟା ଯାଏ ମାଗଣା ବ୍ୟବହାର କରିବାକୁ ସୁଯୋଗ ମିଳିବ । ତା’ ପରେ ଡାଟା ବ୍ୟବହାର ପାଇଁ ଦେୟ ଦେବାକୁ ପଡ଼ିବ । ଏଥିପାଇଁ ନିର୍ଦ୍ଧିଷ୍ଟ ଦେୟ ଧାର୍ଯ୍ୟ କରାଯିବ । କେତେ ଦେୟ ପଡ଼ିବ, ଏବେ ଯାଏ ତାହା ନିଷ୍ପତ୍ତି ହୋଇନି । ଖୁବଶୀଘ୍ର ଏହା ଘୋଷଣା କରାଯିବ । ତେବେ ଟପ ଅପ ପ୍ଲାନ ବହୁତ କମ ରହିବ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook