Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

    Share on :
    Date: Nov 5, 2018    Views: 484

    ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନେ୍ଦାଳନକୁ ଜୋରଦାର କରାଯାଇଛି । ତେବେ ଚାଷୀଙ୍କ ଦାବି ପୂରଣ ପାଇଁ ସୋମବାର ରାଜ୍ୟସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ।  ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟ ରହିଛନ୍ତି ।  କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ ଏବଂ ଏହି ରେଫରେନ୍ସ ଅନୁସାରେ ଚାଷୀମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ।

    ଏହାଛଡ଼ା ଶ୍ରୀ ବେହେରା କହିଛନ୍ତି ଯେ, ଚାଷୀ ଅନୁକୂଳ ଅନେକ ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି । କୃଷି ବଜେଟ ହୋଇଛି, କୃଷି କ୍ୟାବିନେଟ ଗଠନ କରାଯାଇଛି । ଧାନର ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି ।  ସରକାର ଗତକାଲି ନିଜେ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରିଥିବା ଶ୍ରୀ ବେହେରା କହିଛନ୍ତି । 

    ପ୍ରକାଶ ଯେ, ଗତ କିଛି ଦିନ ହେଲା ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବହୁ ଚାଷୀ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ଆସିବାକୁ ଚେଷ୍ଟା କରିଆସୁଥିବାବେଳେ ପୁଲିସ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଯାଇଛି ।

    ତେବେ ସୋମବାର ୧୪୪ ଧାରା ଜାରି ସତ୍ୱେ ମାଡ଼ି ଆସିଲେ ଚାଷୀ । ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ଗତକାଲି ଠାରୁ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ଚାଷୀମାନେ ଏହାକୁ ଖାତିର କରିନାହାନ୍ତି । ତମାଣ୍ଡୋରୁ ଭୁବନେଶ୍ୱର ଅଭିମୁଖେ ଚାଷୀମାନେ ମାଡ଼ି ଆସୁଛନ୍ତି । 

    ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନକୁ ପ୍ରତିହତ କରିବା ତଥା ଚାଷୀଙ୍କୁ ଅଟକାଇବା ପାଇଁ ଗତକାଲି ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଥିଲା ।  ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ ବାଲୁଗାଁରୁ ଭୁବନେଶ୍ୱର ରାଲିଲେ ଆସୁଥିବାବେଳେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରି ପୁଲିସ ଚାଷୀଙ୍କ ରାଲିକୁ ବାରଣ କରିଥିଲା । ତେବେ  ଆଜି ହଜାର ହାଜର ଚାଷୀ ଏହାକୁ ଖାତିର ନକରି ଭୁବନେଶ୍ୱର ଆଡ଼କୁ ମାଡ଼ି ଆସୁଛନ୍ତି । ଚାଷୀମାନେ ପୁଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ପଶିଥିବା ଜଣାଯାଇଛି ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook