Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ଆହତ

    Share on :
    Date: Nov 5, 2018    Views: 78

    ଫୁଲବାଣୀ: ଫୁଲବାଣୀ ପୁଲିସର ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଗୁରୁତର ଆହତ ହୋଇଛି । ମୁନାର ହାତ ଓ ଗୋଡ଼ରେ ଗୁଳି ବାଜିଛି । ତାକୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୁନା ନାମରେ ଫୁଲବାଣୀ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । 

     ସୋମବାର ଭୋର ମୁନା ଦିଗାଲ ଫୁଲବାଣୀର ନାରାୟଣୀ ପାହାଡ଼ ନିକଟରେ ତାର କେତେକ ସାଥୀ ସହିତ ଥିବା ସୂଚନା ପାଇ ପୁଲିସ ସେଠାକୁ ଚଢଉ କରିବାକୁ ଯାଇଥିଲା । ମୁନା ପୁଲିସକୁ ଦେଖି ସେମାନଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା । ପୁଲିସର ପାଲଟା ଗୁଳିରେ ମୁନା ଦିଗାଲ ବାମ ହାତ ଓ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook