Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦିଙ୍କୁ ‘ଅଜଗର’ କହିଲେ ଆନ୍ଧ୍ର ଅର୍ଥମନ୍ତ୍ରୀ

    Share on :
    Date: Nov 5, 2018    Views: 100

    ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ୟନମାଲା ରାମା କ୍ରୀଷ୍ଣଡ଼ୁ  । ନିଜ ଟ୍ୱିଟରେ ସେ ମୋଦିଙ୍କୁ ଅଜଗର ସହ ତୁଳନା କରିଛନ୍ତି  । ସେ କହିଛନ୍ତିଯେ, ମୋଦି ଅଜଗର ସାଜି ସବୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନଗୁଡ଼ିକୁ ଗିଳି ପକାଇଛନ୍ତି  । ସିବିଆଇ ଓ ଆରବିଆଇକୁ ମଧ୍ୟ ସେ ଛାଡ଼ିନାହାନ୍ତି  । ମୋଦିଙ୍କ ଭଳି ବଡ଼ ଅଜଗର ଆଉ କିଏ ହେବବୋଲି ସେ ପ୍ରଶ୍ନ କରିଛନ୍ତି  । ସେହିପରି ପ୍ରତ୍ୟେକ ଲୋକ ଅତୀତର ରାଜନୀତି କଥା କହୁଛନ୍ତି  । କିନ୍ତୁ ଅତୀତ କଦାପି ବର୍ତମାନ କିମ୍ବା ଭବିଷ୍ୟତ ହୋଇପାରିବ ନାହିଁ  । ବରଂ ବର୍ତମାନ ଓ ଭବିଷ୍ୟତ ଅତୀତ ହୋଇପାରିବ  । ଟିଡ଼ିପିର ସମାଲୋଚକମାନେ ଏହି ତତ୍ୱ ବୁଝିବା ଆବଶ୍ୟକ  । ଟିଡ଼ିପି କୌଣସି ରାଜନୀତିକ ଦଳ ବିରୋଧରେ ପ୍ରତିଷ୍ଠା ହୋଇନଥିଲା  । ବରଂ ଏକ ବ୍ୟବସ୍ଥା ବିରୋଧରେ ଠିଆ ହୋଇଥିଲା ବୋଲି ସେ କହିଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook