Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏନକାଉଂଟରରେ ୫ ମାଓବାଦୀ ମୃତ

    Share on :
    Date: Nov 5, 2018    Views: 73

    ଭୁବନେଶ୍ୱର : ମାଓ ଦମନ ଅଭିଯାନକୁ ଜୋରଦାର କରାଯାଇଛି  । ଚିତ୍ରକୋଣ୍ଡାର ପପଲୁରରେ ମାଓବାଦୀ ଛପିଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା  । ଗତକାଲି ରାତିରୁ ମାଓବାଦୀ ଓ ପୁଲିସ ମଧ୍ୟରେ ବିପୁଳ ଗୁଳି ବିନିମୟ ହୋଇଛି  । ଫଳରେ ୫ ମାଓବାଦୀ ମୃତୁ୍ୟବରଣ କରିଥିବା ଜାଣିବାକୁ ମିଳିଛି  । 

    ଏନେଇ ଏଡ଼ିଜି ଅପରେସନ ଆରପି କୋଚେ କହିଛନ୍ତିଯେ, ମାଓନେତା ରଣଦେବ ଦଳ ସହ ଏସଓଜିଙ୍କ ଗୁଳି ବିନିମୟ ହୋଇଛି  । ଏନକାଉଂଟରରେ ଜଣେ ମହିଳା କ୍ୟାଡ଼ର ସହ ୫ ମାଓବାଦୀ ମୃତୁ୍ୟବରଣ କରିଛନ୍ତି  । ଏଥିରେ ଅନେକ କ୍ୟାଡ଼ର ମାଓବାଦୀ ମଧ୍ୟ ଅଛନ୍ତି  । ସେହିପରି ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ପୁଲିସ ୨ଟି ଇନସାସ, ଗୋଟିଏ ଏସଏଲଆର ଓ ଗୋଟିଏ ଥ୍ରୀ ନଟ ଥ୍ରୀ ଜବତ କରାଯାଇଛି  । ଅପରପକ୍ଷରେ ସୀମାନ୍ତରେ ଏସଓଜି ଓ ବିଏସଏଫକୁ ସଜାଗ ରଖାଯାଇଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook