Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଘ ଶିକାର ଘଟଣା: ୭ ନିଶ ଓ ପଞ୍ଝା ସହ ଆଉ ଜଣେ ଗିରଫ

    Share on :
    Date: Nov 4, 2018    Views: 135

    ବରଗଡ଼: ବରଗଡ଼ ରେଞ୍ଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଙ୍ଗଲରେ ମହାବଳ ବାଘ ଶିକାର ଘଟଣାରେ ବନ ବିଭାଗ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥିସହ ବାଘର ୭ଟି ନିଶ ଓ ପଞ୍ଝା ମଧ୍ୟ ଜବତ କରିଛି ବନ ବିଭାଗ । ଏହି ଘଟଣାରେ ଗତକାଲି ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ଭଟଲି ଖଜରିଆ ଗ୍ରାମର ତହସିଲ ଭୋଇ, ସୁଶୀଳ ଭୋଇ ଓ ସତ୍ୟପ୍ରଧାନ ।

    ଏଠାରେ ପ୍ରକାଶ ଯେ, ଗତ ରବିବାର ବରଗଡ଼ ରେଞ୍ଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ବାଘର ଗଳିତ ଶବ । ଶବଟି ନିକଟରେ ଡେବ୍ରିଗଡ଼ରେ ଦେଖାଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସନେ୍ଦହ ସୃଷ୍ଟି ହୋଇଥିଲା । ବିଭାଗୀୟ ମନ୍ତ୍ରୀ ଏପରିକି ବନ ବିଭାଗ ମଧ୍ୟ ଶବଟି ମହାବଳର ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ଶନିବାର ବାଘକୁ ପୋତା ଯାଇଥିବା ସ୍ଥାନରୁ କିଛି ଦୂରରୁ ପଞ୍ଝା ଓ ନିଶ ମିଳିବା ପରେ ତାହା ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି । ଖୋଦ ଆରସିସିଏଫ ଓ.ପି ସିଂହ ଏହା ସ୍ପଷ୍ଟ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook