Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରେନରୁ ୫୦ ଲକ୍ଷ ଟଙ୍କା ଓ ୩ କ୍ୱିଣ୍ଟାଲ ରୂପା ଜବତ

    Share on :
    Date: Nov 4, 2018    Views: 138

    ଜୟପୁର: ରାଜସ୍ଥାନର ଜୟପୁର, ଆଜମେର ଓ ବେୱାର ଜଙ୍କସନରେ ଟ୍ରେନରୁ ୫୦ ଲକ୍ଷ ଟଙ୍କା ଓ ୩ କ୍ୱିଣ୍ଟାଲ ରୂପା ଜବତ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀ-ଅହମ୍ମଦାବାଦ ଆଶ୍ରମ ଏକ୍ସପ୍ରେସ ଉପରେ ଜିଆରପି ଏବଂ ଆରପିଏଫ ପୁଲିସ ଚଢଉ କରି ଏହି ଟଙ୍କା ଓ ରୂପା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ରେଳବାଇକୁ ଟଙ୍କା ଓ ସୁନା ଚାଲାଣ ସମ୍ପର୍କରେ ସୂଚନା ମିଳିବା ପରେ ଚଢଉ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା । 

    ତେବେ ରାଜସ୍ଥାନରେ ଚଳିତ ବିଧାନସଭା ନିର୍ବାଚନ ହେଉଥିବାରୁ ଏହି ଟଙ୍କା ଓ ରୂପା ନେଇ ରାଜନୈତିକ ଦଳର ବିଶିଷ୍ଟ ଲୋକଙ୍କ ହାତ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି । ଟଙ୍କା ଓ ରୂପାକୁ ପାର୍ସଲ ମାଧ୍ୟମରେ ପଠାଯାଉଥିଲା । 

    କିଛି ଦିନ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଗାଡ଼ିରେ ଟଙ୍କା ଚାଲାଣ ହେଉଥିବାବେଳେ ପୁଲିସ ପକ୍ଷରୁ ଚଢଉ କରାଯାଇ ଜବତ କରାଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook