Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚାଷୀ ରାଲିରେ ବୈଜୟନ୍ତ, ରାସ୍ତାରେ ୧୪୪ ଧାରା ଜାରି

    Share on :
    Date: Nov 4, 2018    Views: 1961

    ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି । ଏନେଇ ସେ ରବିବାର ଫୁଲନଖରା-ପାହାଳରେ ଚାଷୀ ରାଲିରେ ସାମିଲ ହୋଇଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହି ରାଲି ଭୁବନେଶ୍ୱର ଆସୁଛି । 

    ଅନ୍ୟପକ୍ଷରେ ଚାଷୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଛି । ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ ବାଲୁଗାଁରୁ ଭୁବନେଶ୍ୱର ରାଲିଲେ ଆସୁଥିବାବେଳେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରି ପୁଲିସ ଚାଷୀଙ୍କ ରାଲିକୁ ବାରଣ କରିଛି । 

    Maximum 500 characters

    ତାଜା ଖବର View all

    Find Us on Facebook