Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆକ୍ସନ ମୁଡରେ ପୁଲିସ: ୧୧ ଟ୍ରାକ୍ଟର ବାଣ ଓ ୪ କ୍ୱିଣ୍ଟାଲ ବାରୁଦ ଜବତ

    Share on :
    Date: Nov 4, 2018    Views: 149

    କଟକ: ଦୀପାବଳି ପୂର୍ବରୁ ଆକ୍ସନ ମୁଡରେ ପୁଲିସ । କଟକ ସାଲେପୁର ତ୍ରିଲୋଚନପୁରରେର କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଚଢଉ କରାଯାଇ ୧୧ ଟ୍ରାକ୍ଟର ବାଣ ସମେତ ୪ କ୍ୱିଣ୍ଟାଲ  ବାରୁଦ ଜବତ କରାଯାଇଛି । ଏହାଛଡ଼ା ଗ୍ରାମରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।  ସମ୍ପୂର୍ଣ୍ଣ  ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇପଡ଼ିଥିବା ଜଣାଯାଇଛି ।

    କିଛି ଲୋକଙ୍କୁ ପୁଲିସ ଅଟକ ରଖିଥିବା ମଧ୍ୟ ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠସ୍ଥିତ ବନମାଳିପୁର ଗ୍ରାମରେ ଏକ ଘରେ ବାଣ ତିଆରି ଚାଲୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ମୃତୁ୍ୟ ହୋଇଥିବାବେଳେ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ମିଶ୍ର ମୃତ କି ଜୀବିତ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ । ଏହି ଘଟଣା ପରେ ପୁଲିସ ଡିଜି ସମସ୍ତ ବେଆଇନ ବାଣ କାରଖାନା ଉପରେ ଚଢଉ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook