Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓକିଲ ଆନେ୍ଦାଳନ ନିଅାଁରେ ଘିଅ ଢାଳୁଛନ୍ତି ଧର୍ମେନ୍ଦ୍ର : ପ୍ରତାପ ଜେନା

    Share on :
    Date: Nov 4, 2018    Views: 456

    ଭୁବନେଶ୍ୱର : ଯେଉଁ ଘଟଣାକୁ ନେଇ ଓକିଲ ଓ ପୁଲିସଙ୍କ ମଧ୍ୟରେ ବିବାଦ ହୋଇଛି ତାହାର ତଦନ୍ତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି  । ମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଏ ପ୍ରସଙ୍ଗରେ ବିବୃତି ରଖି ଆନେ୍ଦାଳନ ନିଅାଁରେ ଘିଅ ଢାଳୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ହାସ୍ୟାସ୍ପଦ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା  । ସେହିପରି କେନ୍ଦ୍ରମନ୍ତ୍ରୀ ବାରବାର ବିବୃତି ରଖିବାରୁ କ୍ଷାନ୍ତ ହୋଇ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦେଖନ୍ତୁ ବୋଲି ସେ କହିଛନ୍ତି  ।

    ସେହିପରି ଓକିଲ ବନ୍ଧୁମାନଙ୍କ ଆନେ୍ଦାଳନରୁ ରାଜ୍ୟର ସାଧାରଣ ଲୋକ ହଇରାଣ ହେଉଛନ୍ତି  । ତେଣୁ ଓକିଲମାନେ ଆନେ୍ଦାଳନରୁ ନିବୃତ ରହି କାର୍ଯ୍ୟରେ ଯୋଗଦେବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି  । ସରକାରଙ୍କ ପକ୍ଷରୁ ସମସ୍ତ ଆନୁଷଙ୍ଗୀକ ପଦକ୍ଷେପ ନିଆଯାଇଥିଲା ବେଳେ ଓକିଲମାନେ ଆନେ୍ଦାଳନକୁ ଆଉ ନବଢ଼ାଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook