Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୁପି୍ରମକୋର୍ଟରେ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ମାମଲା

    Share on :
    Date: Nov 3, 2018    Views: 87

    ନୂଆଦିଲ୍ଲୀ: ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପି୍ରମକୋର୍ଟଙ୍କ କେତେକ କଟକଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ପରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ବେଳେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣା ଏବେ ସୁପି୍ରମକୋର୍ଟରେ ପହଁଚିଛି । ବନ୍ଦ ପାଳନ ବେଳେ ଦେଖାଦେଇଥିବା ହିଂସାର ପ୍ରକୃତ ସୂତ୍ରଧର କିଏ ତାହାକୁ ସିବିଆଇ ତଦନ୍ତ କଲେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପୁରୀ ସଚେତନ ନାଗରିକ ମଂଚ ପକ୍ଷରୁ ଏହି ଘଟଣାରେ ସିବିଆଇ ତଦନ୍ତ କରୁ ବୋଲି ସୁପି୍ରମକୋର୍ଟରେ ଆବେଦନ କରାଯାଇଛି । ଖାଲି ସେତିକି ନୁହେଁ, ହିଂସକାଣ୍ଡ ପରେ ପୁଲିସ ଯେଉଁମାନଙ୍କୁ ଗିରଫ କରୁଛି ସେମାନଙ୍କୁ ମଧ୍ୟ ଏଫାୟାରର ନକଲ ଦେଉନଥିବା ଶ୍ରୀ ପଟ୍ଟନାୟକ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook