Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

    Share on :
    Date: Nov 3, 2018    Views: 33

    ଭୁବନେଶ୍ୱର: ଆଲ୍ଲାହାବାଦ ବ୍ୟାଙ୍କ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି  । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଏକାଧାରରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଉପ-ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ ମୁଖ୍ୟ ଆର୍କିଟେକ୍ଟ ଥିଲେ  । ବ୍ୟାଙ୍କର ଉପ-ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ କେ. ମୁରଲୀକ୍ରିଷ୍ଣା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ବିଭିନ୍ନ ଶାଖା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ‘ଏକତା ହିଁ ପ୍ରତିଜ୍ଞା’ ଶପଥପାଠ କରାଇବା ସହ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ  । ଏହି ଅବସରରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟଙ୍କ ନେତୃତ୍ୱରେ ବ୍ୟାଙ୍କର କର୍ମଚାରୀମାନଙ୍କ ସହ ୟୁନିୟନ ବ୍ୟାଙ୍କ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଓ କର୍ମଚାରୀମାନେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook