Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    କେଉଁ ଦେଶରେ କେମିତି ପାଳନ ହୁଏ ଦୀପାବଳି

    Share on :
    Date: Nov 3, 2018    Views: 149

    ଆଲୋକର ପର୍ବ ଦୀପାବଳି ଭାରତର ଏକ ପ୍ରମୁଖ ପର୍ବ । ଏହି ପର୍ବକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଭାରତର ସବୁ ପ୍ରାନ୍ତରେ ପ୍ରାୟ ଏହି ପର୍ବ ପାଳନ କରାଯାଏ । ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ପର୍ବକୁ ବେଶ ଉତ୍ସୁକତାର ସହିତ ପାଳନ କରାଯାଏ । ଆସନ୍ତୁ ଜାଣିବା କେଉଁ ଦେଶରେ କେମିତି ପାଳନ କରାଯଏ ଦୀପାବଳି ।
    ନେପାଳ: ନେପାଳ ଓ ମରିସସରେ ଭାରତ ଭଳି ହିଁ ଦୀପାବଳି ପାଳନ କରାଯାଇଥାଏ । ଏଠାରେ ଏକ ନିଆରା ପରମ୍ପରା ରହିଛି । ନୂଆ ବାହା ହୋଇଥିବା ବଧୁ ଏଠାରେ ଦୀପ ଜଳାଇଥାଏ । ମାଲେସିଆରେ ମଧ୍ୟ ଏହି ଦିନକୁ ଛୁଟି ଘୋଷଣା କରିଥାନ୍ତି । 


    ଶ୍ରୀଲଙ୍କା: ରାବଣର ବଧ ପରେ ବିଭୀଷଣ ଶ୍ରୀଲଙ୍କାର ରାଜା ହୋଇଥିଲେ । ଏହାପରେ ସେ ଦୀପ ଉତ୍ସବ ପାଳନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତେଣୁ ଶ୍ରୀଲଙ୍କାରେ ମଧ୍ୟ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ । 


    ଇଂଲଣ୍ଡ: ଇଂଲଣ୍ଡରେ ଆଂଟରୀ ସେଂଟ ମେରୀ ସହରରେ ପାଳନ କରାଯାଏ ଆଂଟରୀ ସେଂଟ ମେରୀ ଫେଷ୍ଟ । ଯାହା ପୂରା ଦୀପାବଳି ଭଳି ପାଳନ କରାଯାଇଥାଏ । ଏହି ପର୍ବ ୫ ନଭେମ୍ବରରେ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥାଏ ବାଣ । ଏହି ପର୍ବ ଇଂଲଣ୍ଡରେ ୧୬୦୫ରୁ ପାଳନ କରାଯାଇଆସୁଅଛି । 


    ଦକ୍ଷିଣକୋରିଆ: ଦକ୍ଷିଣକୋରିଆରେ ଫେବୃଆରୀରେ ଜେଜୁ ର୍ଫେୟାର ଫେଷ୍ଟିଭାଲ ପାଳନ କରାଯାଇଥାଏ । ସୁନ୍ଦର ସ୍ୱାସ୍ଥ୍ୟ ଓ ନବଜାତ ଶିଶୁଙ୍କ ସମୃଦ୍ଧି ପାଇଁ ଏଠାରେ ଏହି ପର୍ବ ପାଳନ କରାଯାଇଥାଏ । ପ୍ରାୟ ୨୦ବର୍ଷ ଧରି ଏହି ପର୍ବ ପାଳନ କରାଯାଇଆସୁଅଛି ।

     
    ଜାପାନ: ଜାପାନରେ ଏହାକୁ ନିଆରା ଢ଼ଙ୍ଗରେ ପାଳନ କରାଯାଇଥାଏ । ଏଠାରେ ଖରାପ ଆତ୍ମାମାନଙ୍କୁ ଘଉଡ଼ାଇବା ପାଇଁ ଓନିଓ ଫାୟାର ଫେଷ୍ଟିଭାଲ ପାଳନ କରାଯାଇଥାଏ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଜଳିବା ଭଳି ୬ଟି ବଡ଼ ଫାୟାର ଚର୍ଚ୍ଚ ଜଳାଯାଇଥାଏ । ତେବେ ଏହି ପର୍ବ ପାଳନର ମାସ ଅଲଗା ହୋଇଥାଏ । ଏହା ଜାନୁଆରି ମାସରେ ପାଳନ କରାଯାଇଥାଏ । 


    ସ୍ପେନ: ସ୍ପେନରେ ମଧ୍ୟ ଏହି ପର୍ବ ପାଳନ ହୋଇଥାଏ । ଏଠାରେ ଏହାକୁ ମାର୍ଚ୍ଚ ମାସରେ ପାଳନ କରନ୍ତି । ଏଠାରେ ୫ ଦିନ ଧର୍ରି ଏହି ପର୍ବ ପାଳନ କରାଯାଇଥାଏ । ପାଂଚ ଦିନ ଧରି ବାଣ ଫୁଟାଇ ଏହି ପର୍ବ ପାଳନ କରନ୍ତି । 


    ମିଆଁମାର: ମିଆଁମାରରେ ତିନିଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ଏହି ଉତ୍ସବକୁ ଲାଇଟିଂ ଫେଷ୍ଟିଭାଲ ଅଫ ମ୍ୟାମାର କୁହନ୍ତି । ଏହି ଦିନ ଭଗବାନ ବୁଦ୍ଧ ଓ ତାଙ୍କ ଶିଷ୍ୟଙ୍କ ସ୍ୱାଗତରେ ଘରଗୁଡ଼ିକରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜା ଯାଇଥାଏ । ଏହି ଉତ୍ସବରେ ଅକ୍ଟୋବରରେ ପାଳନ କରାଯାଇଥାଏ । 

    Maximum 500 characters

    ଅଜବ View all

    Find Us on Facebook