Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୮ ଶହ କୋଟି ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Nov 3, 2018    Views: 4791

    ୨୫ ହଜାର କୋଟିର ୬ ମେଗା ପ୍ରକଳ୍ପକୁ ଅନୁମୋଦନ
    ସୃଷ୍ଟି ହେବ ୨୨୫୮୩ ନିଯୁକ୍ତି ସୁଯୋଗ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ ଶହ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଭୂମିପୂଜନ କରିଛନ୍ତି  । ଅପରପକ୍ଷରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତୃପକ୍ଷଙ୍କ ଦ୍ୱାରା ୨୫ ହଜାର କୋଟିର ୬ ମେଗା ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି  । ଭୂମିପୂଜନ ହୋଇଥିବା ୧୫ଟି ପ୍ରକଳ୍ପରେ ୮୮୮୩ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବାର ଥିବାବେଳେ ୬ ମେଗା ପ୍ରକଳ୍ପରେ ୧୩୭୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି  । ବର୍ଷକ ମଧ୍ୟରେ ୬୪ ପ୍ରକଳ୍ପର ଭୂମିପୂଜନ ବା ଉଦଘାଟନ ହୋଇଥିବାବେଳେ ପ୍ରାୟ ୩୦ ହଜାର ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି  ।

    ରାଜ୍ୟ ଉଚ୍ଚସ୍ତରୀୟ ଅନୁମୋଦନ କର୍ତୃପକ୍ଷ ୬ଟି ମେଗା ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି  । ପାରାଦୀପରେ ଚିରିପାଲ ପଲି ଫିଲ୍ମ ୧୧ ଶହ କୋଟି ଟଙ୍କା ବ୍ୟୟରେ ପ୍ୟାକେଜିଂ ୟୁନିଟ ନିର୍ମାଣ କରିବାକୁ ଯାଉଥିବାବେଳେ ଏହାଦ୍ୱାରା ୭ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ସେହିପରି ହିଣ୍ଡାଲକୋ ଇଣ୍ଡଷ୍ଟି୍ରଜ ସମ୍ବଲପୁରର ଲାପଙ୍ଗା ଠାରେ ୫ ହଜାର କୋଟିର ବ୍ୟୟ ଅଟକଳରେ ଏକ ଆଲୁମିନିୟମ ଫ୍ଲାଟ ରୋଲଡ କମ୍ପାନୀ ସ୍ଥାପନ କରିବ  । ଯାହାଦ୍ୱାରା ୫୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ସେହିପରି ଢେଙ୍କାନାଳର କାମାକ୍ଷାନଗର ଠାରେ ନାଲକୋ ୫୫୨୨ କୋଟି ବ୍ୟୟରେ ଡାଉନଷ୍ଟି୍ରମ ମେଟାଲ କାରଖାନା ସ୍ଥାପନ କରିବ  । ସେହି ପ୍ରକଳ୍ପରେ ୧୭୬୧ ଜଣ ନିଯୁକ୍ତି ପାଇବାର ଲକ୍ଷ୍ୟ ରଖାଯାଇଛି  । ଅପରପକ୍ଷରେ ଝାରସୁଗୁଡ଼ାର ଭୂରଖାମୁଣ୍ଡରେ ବେଦାନ୍ତ ୧୨୪୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରିବାର ଥିବାବେଳେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ  । ସେହିପରି ଧାମରାରେ ବେଦାନ୍ତ ୬୫୦୦ କୋଟି ବ୍ୟୟରେ କଷ୍ଟିକ ସୋଡ଼ା ଏବଂ ରସାୟନ ଉପôାଦନ ଓ ଲାଞ୍ଜିଗଡ଼ରେ ୬୪୮୩ କୋଟି ବ୍ୟୟରେ ଆଲୁମିନିୟମ ରିଫାଇନାରୀ ୟୂନିଟ ସ୍ଥାପନ କରିବ  । ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ମିଳିଛି  । ଏହି ପ୍ରକଳ୍ପ ଦ୍ୱୟରେ ଯଥାକ୍ରମେ ୪୦୦ ଓ ୯୪୯୪ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  ।

    ଅପରପକ୍ଷରେ ୭୩୭ କୋଟି ବ୍ୟୟରେ ଅଲଟ୍ରାଟେକ ସିମେଂଟ, ୩୦୦ କୋଟି ବ୍ୟୟରେ ୱେଲସପୁନ ଓଡ଼ିଶା, ୨୩୧.୮୪ କୋଟି ବ୍ୟୟରେ ଛେତିନାଡ଼ ସିମେଂଟ ପ୍ରକଳ୍ପ ନିର୍ମାଣ କରିବ  । ସେହିପରି ୧୦୯ କୋଟି ବ୍ୟୟରେ ସୂର୍ଯ୍ୟା ଫୁଡ଼ସ, ୧୦୨ କୋଟି ବ୍ୟୟରେ ପିଆଣ୍ଡଏ ବଟଲରସ, ୭୯ କୋଟି ବ୍ୟୟରେ ଓରିପ୍ଲାଷ୍ଟ, ୬୨ କୋଟି ବ୍ୟୟରେ ସିଆରପିଏଲ, ୫୯ କୋଟି ବ୍ୟୟରେ ବିଜୟନଗର ବାୟୋଟେକ, ୫୧ କୋଟି ବ୍ୟୟରେ କୋଷ୍ଟାଲ କର୍ପୋରେସନ, ୨୨.୭୦ କୋଟି ବ୍ୟୟରେ ଟ୍ରୁଇଜିମ ରିସୋର୍ସ, ୨୦ କୋଟି ବ୍ୟୟରେ ୱାଇଲଡ଼ ଲୋଟସ ଫାସନ, ୧୭.୬୨ କୋଟି ବ୍ୟୟରେ ଫ୍ଲାମିନକୁ୍ୟ, ୧୦.୯୦ କୋଟି ବ୍ୟୟରେ ଅମରସାଗର ସିଫୁଡ଼, ୩.୫୩ କୋଟି ବ୍ୟୟରେ ଝରଣା ଷ୍ଟିଲ ଇଣ୍ଡଷ୍ଟି୍ରଜ ଓ ୨.୨୪ କୋଟି ବ୍ୟୟରେ ସାବି୍ର ଫୁଡ଼ ପ୍ରଡ଼କ୍ଟସ ପ୍ରକଳ୍ପ ନିର୍ମାଣ କରିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ପ୍ରକଳ୍ପଗୁଡ଼ିକର ଭୂମିପୂଜନ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Biju

    Bapina Mallick

    Nov 3, 2018

    Jharsuguda sahajbahl thare Nirman karajaethiba power plant ajitak running hae parunahi, govt .of Odisha tike dhyana deantu.

    Sunil

    Nov 3, 2018

    ତାଜା ଖବର View all

    Find Us on Facebook