Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପିର ‘ତାଲା’କୁ କାଉଣ୍ଟର କରିବ ବିଜେଡି

    Share on :
    Date: Nov 3, 2018    Views: 381

    ଭୁବନେଶ୍ୱର: ବେକାରୀ ସମସ୍ୟା ନେଇ ଆସନ୍ତା ୫ ତାରିଖରେ ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ବିଜେପି ପକ୍ଷରୁ ଡାକରା ଦିଆଯାଇଛି । ତେବେ ବିଜେପିର ଏହି ତାଲା ପକା ଆନେ୍ଦାଳନକୁ କାଉଣ୍ଟର କରିବ ବିଜେଡି ।

      ବିଜେପି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ଉଦ୍ୟମ କରିବା  ବେଳେ ବିଜେଡି ସେତେବେଳେ ରାଜ୍ୟର ସବୁ କେନ୍ଦ୍ରୀୟ ଅଫିସ ଆଗରେ ବିକ୍ଷୋଭ କରିବ । ଏ ନେଇ ଆସନ୍ତା ୫,୬ ଓ ୮ ତାରିଖ ୩ ଦିନ ଧରି ବିକ୍ଷୋଭ କରିବାକୁ ଛାତ୍ର ଓ ଯୁବ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।  

    ଶ୍ରୀ ଦାସବର୍ମା କହିଛନ୍ତି ଯେ,  କେନ୍ଦ୍ର ଦେଇଥିବା ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ବିମୁଦ୍ରାକରଣର ଯୋଗୁଁ କୋଟି କୋଟି ନିଯୁକ୍ତି ସୁଯୋଗ ହାତଛଡ଼ା ହେଉଛି । ଓଡ଼ିଶା ସନ୍ଦର୍ଭରେ କେନ୍ଦ୍ରର ଭୂମିକା ନୈରାଶ୍ୟଜନକ । ଏହାଛଡ଼ା କେନ୍ଦ୍ର ସରକାର ସାଢେ ୪ ବର୍ଷରେ ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ କରିଡର କରିନାହାନ୍ତି ବୋଲି ବୋଲି ଶ୍ରୀ ଦାଶବର୍ମା କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook