Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସିମୁଳିଆ ବିଜେପି ରାଜନୀତି : ପଦ୍ମ-ଶଶୀ ବିବାଦ, ଯୁବ କାର୍ଯ୍ୟକର୍ତାଙ୍କ ପସନ୍ଦ ରଣଜିତ

    Share on :
    Date: Nov 3, 2018    Views: 2609

    ଭୁବନେଶ୍ୱର : ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ସିମୁଳିଆ ବିଜେପି ରାଜନୀତି ସରଗରମ ହୋଇଯାଇଛି  । ସିମୁଳିଆ ନିର୍ବାଚନମଣ୍ଡଳୀର ପଂଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଦୁଇ ନମ୍ବର ଶକ୍ତି ଭାବେ ଉଭା ହେବାପରେ ବିଜେପି କର୍ମୀଙ୍କ ମନରେ ଯୋଶ ଭରିଯାଇଥିଲା  । ଗୋଟିଏ ପଟେ ରାଷ୍ଟ୍ରୀୟ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଠାକୁର ରଣଜିତ ଦାଶ ଓ ଅପରପକ୍ଷରେ ଶଶୀ ସାହୁ ସଂଗଠନର ମଙ୍ଗ ଧରିଥିଲେ  । କିନ୍ତୁ ତିନିଥର ସିମୁଳିଆର ବିଧାୟକ ଥିବା ପଦ୍ମଲୋଚନ ପଣ୍ଡା ବିଜେପିରେ ମିଶିବା ପରେ ସେ ମଧ୍ୟ ବିଜେପି ଟିକେଟ ଉପରେ ଆଖି ପକାଇଛନ୍ତି  ।  ତେବେ ପଦ୍ମଲୋଚନଙ୍କ ମିଶ୍ରଣ ପର୍ବବେଳେ ଠାକୁର ରଣଜିତ ଦାଶ ଉପସ୍ଥିତ ଥିଲେ ବି ଶଶୀ ସାହୁ ତାଙ୍କୁ ଖୁଲମଖୁଲା ବିରୋଧ କରୁଥିବା ଦେଖିବାକୁ ମିଳିଛି  । ଗୋଟିଏ ପଟେ ଶଶୀ ଓ ପଦ୍ମଙ୍କ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଠାକୁର ରଣଜିତ ଦାଶଙ୍କୁ ବିଜେପି ଟିକେଟ ଦେବା ପାଇଁ ସ୍ଥାନୀୟ ଯୁବ କାର୍ଯ୍ୟକର୍ତାମାନେ ଦାବି ଆରମ୍ଭ କରିଦେଇଛନ୍ତି  । 

    ନିକଟରେ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପଦ୍ମଲୋଚନ  । ୧୯୮୫, ୧୯୯୫ ଓ ୨୦୦୪ରେ ସେ ଥିଲେ ସିମୁଳିଆ ବିଧାୟକ  । ଅପରପକ୍ଷରେ ବର୍ତମାନର ବିଜେଡ଼ି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଠାରୁ ସେ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ  । ପଦ୍ମଲୋଚନ ଭଲ ଭୋଟ ପାଇଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା ହେଉଛି କଂଗ୍ରେସ ଭୋଟ  । ପଦ୍ମଲୋଚନ କଂଗ୍ରେସ ଛାଡ଼ିବା ପରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି  । ଏମିତିକି ବାଲେଶ୍ୱରର ଅନେକ ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ଦଳରୁ ଯିବା ଦ୍ୱାରା ଦଳ ଆହୁରି ମଜବୁତ ହେବବୋଲି ମତ ପ୍ରକାଶ କରିଛନ୍ତି  । ଅପରପକ୍ଷରେ ପଦ୍ମଲୋଚନଙ୍କ ସହ ଅଳ୍ପ କେତେକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି  । ଫଳରେ ସେ କଂଗ୍ରେସ କର୍ମୀମାନଙ୍କୁ ଗୋଛେଇ ବିଜେପିକୁ ମଜବୁତ କରିବେ ବୋଲି ଭାବିବା ଭୁଲ ହେବ  ।

    ଅପରପକ୍ଷରେ ଶଶୀ ସାହୁ ୨୦୧୪ ନିର୍ବାଚନ ପରଠାରୁ ନିର୍ବାଚନମଣ୍ଡଳୀରେ ବେଶ ସକ୍ରିୟ ହୋଇପଡ଼ିବା ସହ ବିଜେପିକୁ ମଜବୁତ କରିଥିବା ଦାବି କରନ୍ତି  । ଏମିତିକି ତାଙ୍କ ପାଇଁ ବିଜେପି ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ବୋଲି ଶଶୀଙ୍କ ସମର୍ଥକମାନେ ମତପୋଷଣ କରନ୍ତି  । କିନ୍ତୁ ପଦ୍ମଲୋଚନ ବିଜେପିରେ ମିଶିବାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି  । କାହିଁକିନା ପଦ୍ମଲୋଚନଙ୍କୁ ବିଜେପି ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି ବୋଲି ସେ ମନେକରୁଛନ୍ତି  । ଏମିତିକି ଦଳ ଯଦି ତାଙ୍କୁ ଗୁରୁତ୍ୱ ନଦିଏ ତେବେ ଶଶୀ କଂଗ୍ରେସକୁ ଯିବାକୁ ସଜବାଜ ହେଉଥିବା କୁହାଯାଉଛି  ।

    ଅପରପକ୍ଷରେ ଯୁବ ନେତା ଠାକୁର ରଣଜିତ ଦାଶ ସିମୁଳିଆର ବିଜେପି ସଂଗଠନ ସହ ଦୀର୍ଘଦିନ ଧରି ଜଡ଼ିତ ରହି ଆସିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଡ଼ବୁକରେ ଥିବାରୁ ତାଙ୍କୁ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି କରାଯାଇଛି  । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗସ୍ତକାର୍ଯ୍ୟ ସମୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି  । ଦଳର ମତକୁ ମଧ୍ୟ ଗଣମାଧ୍ୟମରେ ସେ ଉପସ୍ଥାପିତ କରୁଛନ୍ତି  । ଯାହାକି ସିମୁଳିଆର ଯୁବଗୋଷ୍ଠୀଙ୍କୁ ବେଶ ପ୍ରଭାବିତ କରିବା ସହ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି  ।

    ସିମୁଳିଆ ନିର୍ବାଚନମଣ୍ଡଳୀରେ ଏଯାବତ ଖଇରା ବ୍ଲକରୁ କେହି ବିଧାୟକ ହୋଇନାହାନ୍ତି  । ଶଶୀ ସାହୁଙ୍କ ଘର ସୋର ବ୍ଲକରେ ହୋଇଥିବାବେଳେ ପଦ୍ମଲୋଚନ ହେଉଛନ୍ତି ମାର୍କୋଣା ବ୍ଲକର  । ଫଳରେ ଖଇରାବାସୀ ନିଜ ବ୍ଲକର ଜଣେ ପ୍ରାର୍ଥୀଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହୁଁଛନ୍ତି  । ଖଇରା ବ୍ଲକରୁ ଆସିଛନ୍ତି ଠାକୁର ରଣଜିତ ଦାସ  । ତେଣୁ ତାଙ୍କ ପ୍ରତି ଖଇରାରେ ବେଶ ଜନସମର୍ଥନ ରହିଥିବା ପରିଲକ୍ଷିତ ହେଉଛି  । ଯଦି ୨୦୧୯ରେ ପଦ୍ମଲୋଚନଙ୍କୁ ବିଜେପି ଟିକେଟ ଦିଏ ତେବେ ଶଶୀଙ୍କ ଗୋଷ୍ଠୀ ବିରୋଧ କରିବାର ଆଶଙ୍କା ରହିଛି  । ଅନରୂପ ଭାବେ ଶଶୀଙ୍କୁ ଟିକେଟ ମିଳିଲେ ପଦ୍ମଲୋଚନଙ୍କ ଗୋଷ୍ଠୀ ବିରୋଧ କରିବା ନିଶ୍ଚିତ  । ଏହି ପରିପ୍ରେକ୍ଷୀରେ ଠାକୁର ରଣଜିତ ଦାସଙ୍କ ଭଳି ଯୁବନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ବିଜେପିରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି  । ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଭାବେ ପରିଚିତ ଠାକୁର ସିମୁଳିଆରୁ ଟିକେଟ ପାଉଛନ୍ତିକି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି  । 

    Maximum 500 characters

    ଅଧିକ ମତାମତ

    ଶଶୀ ସାହୁ ଜିନ୍ଦାବାଦ ପଦୁ ପଣ୍ଡା ମୁର୍ଦାବାଦ ଶଶୀ ସାହୁ ସମସ୍ତକଂର ଆଦରଣୀୟ .ସୁଖ ଦୁଃଖର ସାଥି . ଠାକୁର ହେଉଛନ୍ତି ଘରର କୁଣିଆ.ତାକଂର ସଂଗଠନ ନାହିଁ .ସେ ଖଇରା କଲେଜ ନିର୍ବାଚନ ସମୟରେ କେଉଁଠି ଥିଲେ ?କିଛି ବୁଝିଲେ ନାହିଁ ତ ତେଣୁ ଠକୁର ବର୍ତମାନ ଯେଉଁଠି ଅଛନ୍ତି ତାକଂ ପାଇଁ ସେଇଠି ଭଲ .ପଦୁ ଆସିଛି ନିଜର ସ୍ବାର୍ଥ ପାଇଁ . ତୁମର ସାଥି ଆମର ସାଥି ଦୁଃଖ ସୁଃଖର ସାଥି ଶଶୀ କୁମାର ସାହୁ ଜିନ୍ଦାବାଦ .

    sanatan Mohanty

    Nov 3, 2018

    Only shashi kumar sahoo #shashi nana mla 2019 khaira smilulia counstiency

    Ajitesh jena

    Nov 3, 2018

    ରାଜନୀତି View all

    Find Us on Facebook