Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କି ନିଷ୍ପତି ନେଲେ ରାଜ୍ୟ କ୍ୟାବିନେଟ

    Share on :
    Date: Nov 2, 2018    Views: 2017

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି  । ସେଗୁଡ଼ିକ ହେଲା;

    ୧. ଓଡ଼ିଶା ଉଦ୍ୟାନ କୃଷି ସେବା (ନବନିଯୁକ୍ତ ପଦ୍ଧତି ଓ ସେବା ସର୍ତ) ସଂଶୋଧନ ନିୟମ ୨୦୧୮ : ଓଡ଼ିଶା ଉଦ୍ୟାନ କୃଷି ସେବାରେ ସଂଶୋଧନ ଆଣିବାକୁ କ୍ୟାବିନେଟରେ ନିଷ୍ପତି ଗ୍ରହଣ କରାଯାଇଛି  । ପୂର୍ବରୁ ୮ମ କିମ୍ବା ୧୦ମ ପାଶ୍ କରିଥିବା ବ୍ୟକ୍ତିଙ୍କୁ ଉଦ୍ୟାନ କୃଷି ଉପଦର୍ଶକ ଏବଂ ପ୍ରଦର୍ଶନ ସହାୟକ ଭାବେ ନିଯୁକ୍ତ କରାଯାଇଥିଲା  । କିନ୍ତୁ ପରବର୍ତୀ ସମୟରେ ଏହାର ଯୋଗ୍ୟତା ସୀମା +୨ ବିଜ୍ଞାନ କିମ୍ବା ସମତୂଲ୍ୟ ଯୋଗ୍ୟତା ରଖାଯାଇଥିଲା  । ଫଳରେ ଅନେକ ଅଧିକାରୀ ପଦୋନ୍ନତିରୁ ବଂଚିତ ହୋଇଥିଲେ  । କେବଳ ୨ ଜଣ ଉଦ୍ୟାନ କୃଷି ଉପଦର୍ଶକଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀଙ୍କ ଆବଶ୍ୟକୀୟ +୨ ବିଜ୍ଞାନ ବା ସମତୂଲ୍ୟ ଯୋଗ୍ୟତା ନଥିବାରୁ ପଦୋନ୍ନତିର ସୁବିଧା ନିମନ୍ତେ ଏହି ମାନଦଣ୍ଡକୁ କୋହଳ କରାଯାଇଛି  । ଏହି ନିୟମର ଧାରା ୨(ଗ)କୁ ଅପସାରଣ କରାଯାଇଛି  ।

    ୨. ଓଡ଼ିଶା ମତ୍ସ୍ୟ ସେବା ନିଯୁକ୍ତି ସର୍ତାବଳୀ ସଂଶୋଧନ : ‘କ’ ଏବଂ ‘ଖ’ ବର୍ଗ ମତ୍ସ୍ୟ ଅଧିକାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟାରେ ସରଳୀକରଣ କରିବା ପାଇଁ ଆସିଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିଲେ  । ଏହାଦ୍ୱାରା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ପ୍ରତିଯୋଗିତାମୂଳକ ହୋଇପାରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି  ।

    ୩. ପଂଚାୟତିରାଜ ବିଭାଗରେ ଭୂବୈଜ୍ଞାନିକ କ୍ୟାଡ଼ର ପୁନର୍ଗଠନ : ଜଳଉତ୍ସ ଅନୁସନ୍ଧାନ, ଆକଳନ ତଥା ପରିଚାଳନା ନିମନ୍ତେ ପଂଚାୟତିରାଜ ବିଭାଗରେ ଭୂବୈଜ୍ଞାନିକ କ୍ୟାଡ଼ର ପୁନର୍ଗଠନ ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  । ମେଧାବୀ ତଥା କୁଶଳୀ ଯୁବ ଭୂବୈଜ୍ଞାନିକମାନଙ୍କୁ ଆକôୃଷ୍ଟ କରିବା ପାଇଁ ମୂଳସ୍ତରରେ ଥିବା କ୍ଲାସ-୨ ପଦବୀଗୁଡ଼ିକୁ କ୍ଲାସ-୧ (ଜେବି) ଗ୍ରୁପ-ଏକୁ ଉନ୍ନୀତ କରାଯାଇଛି  । କ୍ୟାଡ଼ର ସମ୍ପ୍ରସାରଣ ଓ ପୁନର୍ଗଠନ ପରେ ଏହି ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି ପାଇବ  । ପୁର୍ନଗଠିତ କ୍ୟାଡ଼ରରେ ଜଣେ ଅତିରିକ୍ତ ନିଦେ୍ର୍ଧଶକ, ୨ ଜଣ ଯୁଗ୍ମ ନିଦେ୍ର୍ଧଶକ, ୬ ଜଣ ଉପ ନିଦେ୍ର୍ଧଶକ ଓ ୩୦ ଜଣ ଜିଓଲୋଜିଷ୍ଟ ବା ଜିଓଫିଜିଷ୍ଟ ପଦବୀ ରହିବ  ।

    ୪. ଅଂଶଧନରେ ପରିବର୍ତିତ ହେବ ଟିଡ଼ିସିସି ଋଣ : ଜନଜାତି ଉନ୍ନୟନ ସମବାୟ ନିଗମର କ୍ଷତି ପରିମାଣ ୫୨ କୋଟି ୭୮ ଲକ୍ଷ ଟଙ୍କା ହୋଇଥିବାବେଳେ ଟିଡ଼ିସିସି ୧୪.୩୪ କୋଟି ଟଙ୍କାର ସରକାରୀ ଋଣ ପରିଶୋଧ କରିଛି  । ତେବେ ମହୁଲ ଫୁଲ ସଂଗ୍ରହ ବିକେନ୍ଦ୍ରୀକରଣ କାର୍ଯ୍ୟକ୍ରମରେ ବଳକା ଥିବା ସରକାରୀ ଋଣ ଓ ସୁଧ ବାବଦକୁ ବାକି ଥିବା ୩୬.୩୯ କୋଟିକୁ ସମାନ ଭାବରେ ଅଂଶ ପୁଞ୍ଜନିବେଶକୁ ପରିବର୍ତିତ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ଗ୍ରହଣ କରାଯାଇଛି  ।

    ୫. ଓଡ଼ିଶା ମଙ୍ଗଳ ସେବା ଏବଂ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ : ମଙ୍ଗଳ ସମ୍ପ୍ରସାରଣ ଅଧିକାରୀମାନଙ୍କର ସଂଖ୍ୟାକୁ ସୁସଂଗଠିତ କରିବା ଏବଂ ପର୍ଯ୍ୟବେକ୍ଷକ ଅଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ସରକାର ନିଷ୍ପତି ନେଇଛନ୍ତି । ମାଇକ୍ରୋ ପ୍ରୋଜେକ୍ଟକୁ ଦୃଢ଼ୀଭୂତ କରିବା ନିମନ୍ତେ ମଙ୍ଗଳ ସମ୍ପ୍ରସାରଣଳ ଅଧିକାରୀ ଓ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦବୀ ସୃଷ୍ଟି କରାଯାଇଛି  । ଆଇଟିଡ଼ିଏ ଏବଂ ଉପଖଣ୍ଡମାନଙ୍କରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ପ୍ରତ୍ୟେକ ଅନ୍ୱେଷା ଜିଲ୍ଲାରେ ଗୋଟିଏ ଲେଖାଏଁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦବୀ ସୃଷ୍ଟି କରାଯାଇଛି  । ରାଜ୍ୟ ସରକାର ମୋଟ ଉପରେ ୭୧ ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ୯ ଜିଲ୍ଲା ମଙ୍ଗଳ ଅଧିକାରୀ, ୮ ଉପନିଦେ୍ର୍ଧଶକ, ୩ ଯୁଗ୍ମ ନିଦେ୍ର୍ଧଶକ ପଦବୀ ବୃଦ୍ଧି କରାଯିବା ସହ ଗୋଟିଏ ଅତିରିକ୍ତ ନିଦେ୍ର୍ଧଶକ ପଦବୀ ସୃଷ୍ଟି କରାଯାଇଛି  ।

    ୬. ଭୂତତ୍ୱବିତ ସେବା କ୍ୟାଡ଼ରର ପୁନର୍ଗଠନ : ଭୂତତ୍ୱବିତ ସେବା କ୍ୟାଡ଼ର ପୁନର୍ଗଠନ ନେଇ ଆସିଥିବା ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି  । ଭୂତତ୍ୱବିତ ଗ୍ରୁପ-ବି ଶ୍ରେଣୀରୁ ଗ୍ରୁପ-ଏ କନିଷ୍ଠ ଶ୍ରେଣୀକୁ ଉନ୍ନୀତ କରାଯିବ  । ୮ ଭୂତତ୍ୱବିତ, ୩ ଉପନିଦେ୍ର୍ଧଶକ, ୨ଯୁଗ୍ମ ନିଦେ୍ର୍ଧଶକ ଏବଂ ଗୋଟିଏ ଅତିରିକ୍ତ ନିଦେ୍ର୍ଧଶକ ପଦବୀ ସୃଷ୍ଟି କରାଯିବା ସହ ୩ ଭୂତତ୍ୱ ଜଳ ବିଭାଜନ ଓ ୨ ଭୂତଳ ଜଳ ଉନ୍ନୟନ ମଣ୍ଡଳ ସୃଷ୍ଟି କରିବା ନିମନ୍ତେ ନିଷ୍ପତି ନିଆଯାଇଛି  । ଫଳରେ ଏହି କ୍ୟାଡ଼ର ସଂଖ୍ୟା ୩୪ରୁ ୪୮କୁ ବୃଦ୍ଧି ପାଇବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook