Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ବିରୋଧୀଙ୍କ ସମାଲୋଚନା

    Share on :
    Date: Nov 2, 2018    Views: 177

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ଦାବି ଦୋହରାଇ ଥିବାବେଳେ ବିରୋଧୀଙ୍କ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି ।

    ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରରୁ ୩ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ହିସାବ ଦିଆଯାଇଛି । ବିଭିନ୍ନ ସମୟରେ ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ବିଜେପି ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସି ଏହାର ହିସାବ ଦେଇଛନ୍ତି । ତେବେ ରାଜ୍ୟ ସରକାର କେନ୍ଦ୍ର ଅନୁଦାନର ସୁବିନିଯୋଗ ନକରି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

    ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ବିଜେପି ଜୁମଲାରେ ବିଶ୍ୱାସ କରେ, ମିତ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତେ । ମିତ୍ୟା ପ୍ରତିଶ୍ରୁତି ଦେଉଥିବା ନିଜେ ନୀତିନ ଗଡ଼କରୀ ବି କହିଛନ୍ତି । ଉଭୟ ବିଜେପି ଓ ବିଜେଡି ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର  ଅଭିଯୋଗ କରିଛନ୍ତି । 

    ପ୍ରକାଶ ଯେ, ଶୁକ୍ରବାର ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ନେଇ କହିଥିଲେ ଯେ, ମେଣ୍ଟ ସରକାର ଥିବା ସମୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା ।  ତେବେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ କେନ୍ଦ୍ର ସରକାର ଓଡ଼ିଶାର ଦାବି ଶୁଣୁନାହାନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ଏହାର ଜବାବ ଦେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    Maximum 500 characters

    ରାଜନୀତି View all

    Find Us on Facebook