Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମେଣ୍ଟ ଭାଙ୍ଗିବା ପରେ କେନ୍ଦ୍ର ଓଡ଼ିଶାର ଦାବି ଶୁଣୁନି: ମୁଖ୍ୟମନ୍ତ୍ରୀ

    Share on :
    Date: Nov 2, 2018    Views: 729

    ଭୁବନେଶ୍ୱର: ମେଣ୍ଟ ସରକାର ଥିବା ସମୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା ।  ତେବେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ କେନ୍ଦ୍ର ସରକାର ଓଡ଼ିଶାର ଦାବି ଶୁଣୁନାହାନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ଏହାର ଜବାବ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଶୁକ୍ରବାର ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏଥିସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

    ପ୍ରକାଶ ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ଦାବି ନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଆସୁଛନ୍ତି । ତଥାପି କେନ୍ଦ୍ର ସରକାର ଓଡ଼ିଶାର ଏହି ଦାବିକୁ ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook